ସମ୍ଭାବ୍ୟ କୋଭିଡ୍ ତୃତୀୟ ଲହରୀ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ମହାମାରୀ କରୋନାର ଦୁଇଟି ଲହରର ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ପୁଣିଥରେ ଲୋକଙ୍କୁ ସଂକ୍ରମିତ କରିବାରେ ଆକଳନ କରିଛି ଆଇସିଏମ୍‌ଆର୍ । ତେବେ ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ଗଜପତି ଜିଲ୍ଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଗଜପତି ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରୀରେ ବର୍ତ୍ତମାନ ସୁଦ୍ଧା ୯୫୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୫ ଜଣ ମୃତ୍ୟୁବରଣ କରିଛନ୍ତି । ତୃତୀୟ ଲହର ସେପ୍ଟମ୍ବର ମାସ ଆଡକୁ ଆସିବାର ସମ୍ଭାବନା ରହିଛି ଓ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହବାର ସମ୍ଭାବନା ରହିଛି । ତେବେ ତୃତୀୟ ଲହର ପାଇଁ ସ୍ୱତନ୍ତ୍ର ଆଇସିୟୁ ସହ ଅଭିଜ୍ଞତା ଡାକ୍ତର ଅଧିକ ସଂଖ୍ୟକ ବେଡର ଆବଶ୍ୟକତା ରହିଛି । ମୁଖ୍ୟତଃ ୦ରୁ ୧୨ ବର୍ଷ ମଧ୍ୟରେ ପିଲାଙ୍କୁ ଅଧିକ ଜାଗ୍ରତ ରଖିବା ଆବଶ୍ୟକତା ରହିଛି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ମଧ୍ୟ ଭୟ ରହିଛି । ତେଣୁ କୋରନା ତୃତୀୟ ଲହର ମୁକାବିଲା କରିବା ପାଇଁ ପିଲାଙ୍କୁ ସଚେତନ କରିବା ସହ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । ଏହା ସହ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମିକୁ ସଜାଡିବା ଆବଶ୍ୟକ ରହିଛି । କିନ୍ତୁ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ପରୀକ୍ଷଣ ନହେବା ଯୋଗୁଁ ସଂକ୍ରମଣ ସଂଖ୍ୟା କମ୍ ରହିଛି ଭାବି ସାଧାରଣ ଲୋକ ହାଲକା ଭାବରେ ନେଇ କୋଭିଡ୍ କଟକଣା ଭୁଲି ଯାଉଛନ୍ତି । ଯାହା ଆଗାମୀ ଦିନରେ ମାରାତ୍ମକ ସାବ୍ୟସ୍ତ ହୋଇପାରେ ଏବଂ ପଡୋଶୀ ରାଜ୍ୟର ଚଳ ପ୍ରଚଳ ଉପରେ ମଧ୍ୟ କୌଣସି କଟକଣା ନଥିବାରୁ ଅଧିକ ବିପଦ ରହିଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ସେପଟେ ଗଜପତି ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଜିଲ୍ଲାରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବା ସହ ଜିଲ୍ଲାରେ ଆବଶ୍ୟକ ସଂକ୍ଷକ ଶିଶୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ଯଦି ଆବଶ୍ୟକ ପଡେ କୋଭିଡ ଶଯ୍ୟା ସଂଖ୍ୟା ବଢାଇବା ସହ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ପାଇଁ ପଡୋସୀ ଆନ୍ଧ୍ର ସରକାରଙ୍କ ସହାୟତା ନିଆଯଯିବ । ସରକାରଙ୍କ ପକ୍ଷରୁ ଆରଟିପିସିଆର ଟେଷ୍ଟିଙ୍ଗ ସେଣ୍ଟଚର ଓ ଅକ୍ସିଜେନ ପ୍ଲାଣ୍ଟ ଯଥାଶୀଗ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ