ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ରହୁଛନ୍ତି ମତ୍ସଯିବି
ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦିଆଯାଇଛି, ସମୁଦ୍ର କୁଳିଆ ଅଂଚଳର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ଅଧିକାରୀ ମାନେ ବୁଲି ସଚେତନତା କରୁଛନ୍ତି, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ମତ୍ସ୍ୟଜିବୀ ମାଙ୍କୁ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯିବାକୁ ବାରଣ କରାଯାଇଛି,ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ ର ଆର୍ଯ୍ୟପଲ୍ଲୀ ଗ୍ରାମରେ ଥିବା ମତ୍ସ୍ୟଜିବୀ ମାନେ ନିଜ ନିଜ ଡ଼ଙ୍ଗା, ଜାଲ ଆଦିକୁ ସୁରକ୍ଷିତ ଭାବେ ବାନ୍ଧି ରଖୁଥିବା ଦେଖିବାକୁ ମିଳିଛି, ଆର୍ଯ୍ୟପଲ୍ଲୀ ଗ୍ରାମରେ ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ ଓ ବିଡ଼ିଓ ବିଶ୍ୱଜିତ ରାୟ ପହଂଚି ଲୋକଙ୍କୁ ସଚେତନତା କରିବା ସହିତ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି.