ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କଲା ମତ୍ସ୍ୟ ବିଭାଗ

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ନିର୍ଦ୍ଦେଶାନୁସାରେ ମତ୍ସ୍ୟ ବିଭାଗ ତରଫରୁ ଗଞ୍ଜାମ ବ୍ଲକର ପ୍ରୟାଗୀ ଠାରୁ ପାତି ସୋନାପୁର ପର୍ଯ୍ୟନ୍ତ ସମସ୍ତ ୨୭ ଖଣ୍ଡ ସାମୁଦ୍ରିକ ଗ୍ରାମ ଗୁଡିକରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ପ୍ରବଳରୁ ଅତି ପ୍ରବଳ ଓ ଉଚ୍ଚ ଜୁଆର ଓ ପବନ ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ସମସ୍ତ ମତ୍ସ୍ୟଜୀବିଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚିତ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଥିବା ୧୬ ଗୋଟି ଏଫଏଲସି ରେ ୧୬ ଜଣ ସାଗର ମିତ୍ରଙ୍କୁ ନିୟୋଜିତ କରାଯାଇଛି । ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ମାଛ ଧରିବା ନିମନ୍ତେ ୨୨ ତାରିଖ ଠାରୁ ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ଓ ତାଙ୍କ ଜାଲ ଇଞ୍ଜିନ ଆଦି ମାଛଧରା ଉପକରଣ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସମ୍ଭାବ୍ୟ ବାତ୍ୟାର ଗତିବିଧି ଅନୁଧ୍ୟାନ କରି ପ୍ରତି ସମୟରେ ସଠିକ୍ ସୂଚନା ସହ ମତ୍ସ୍ୟଜିବୀ ମାନଙ୍କ ସମୁଦ୍ର ମଧ୍ୟକୁ ଯିବାର ଗତିବିଧିକୁ ନିୟନ୍ତ୍ରଣ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ