ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଛନକା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଲଘୁଚାପ ଜନିତ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ଭଣ୍ଡାରିପୋଖରୀ ଅଞ୍ଚଳର ଚାଷୀଙ୍କ ମନରେ ଏବେ ଛନକା ପସିଛି। ଯଦିଓ ଓଡ଼ିଶାରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି କିନ୍ତୁ ଏହାର ପ୍ରଭାବରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୫ତାରିଖ ଠାରୁ ୭ତାରିଖ ଯାଏଁ ଉପକୂଳ ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଖରିଫ ଧାନ ଚାଷ କରିଥିବା ଚାଷୀ ମାନେ ଭୟଭୀତ ହୋଇଯାଇଛନ୍ତି। ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ପ୍ରାୟ ୧୭ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ଧାନ ଗୁଡିକ ଏବେ ସମ୍ପୂର୍ଣ୍ଣ ଭାବେ ପାଚି ଯାଇଥିବା ବେଳେ କେତେକ ଜାଗାରେ କଟା ଧାନ ମଧ୍ୟ କ୍ଷେତରେ ପଡି ରହିଛି। ବର୍ଷା ହେଲେ ପାଚିଲା ଧାନ ସମେତ ପଡିରହିଥିବା ଧାନ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ନଷ୍ଟ ହେବ ଏଥିରେ ସନ୍ଦେହ ନାହିଁ। ଏପଟେ କ୍ଷେତକୁ ସୁରକ୍ଷା ଦେବା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସେଭଳି କୌଣସି ପରାମର୍ଶ ଦିଆଯାଇନାହିଁ। ତେଣୁ ଶସ୍ୟ ଅମଳ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ଚାଷୀ କୂଳର ଆର୍ଥିକ ମେରୁଦଣ୍ଡକୁ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ