ସମ୍ଭାବ୍ୟ ବାତ୍ୟାକୁ ନେଇ ବ୍ଲକ ପ୍ରଶାସନ ପ୍ରସ୍ତୁତି, ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲିଲେ ବିଡ଼ିଓ
ହାଟଡିହି, (ବିକାଶ ବିଶ୍ୱାଳ):ଆସନ୍ତା୨୩ /୨୪ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ହାଟଡ଼ିହି ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ବ୍ଲକରେ ଥିବା ଆମ୍ବୋ ପଞ୍ଚାୟତର କରଗୋଳା, ହାବଳେଶ୍ୱର, ଓ ଆଇତିପୁର ପଞ୍ଚାୟତର ରତକଣା ଗ୍ରାମରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସେଗୁଡିକର ସ୍ଥିତି ଅନୁଧ୍ୟାନ କରିଥିଲେ। ସେଲଟର ସେଣ୍ଟର ଗୁଡିକରେ ବିଦ୍ୟୁତ, ପାନୀୟଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରଖିବା ସହିତ ସେହିସବୁ ପଞ୍ଚାୟତର ସରପଞ୍ଚ ଓ ପିଇଓ ମାନଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟାର ସ୍ପଷ୍ଟ ସୂଚନା ମିଳିବାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ସୁଚନା ଦେଇଛନ୍ତି।