ସମ୍ଭାବ୍ୟ ବାତ୍ୟାର ପୂର୍ବ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବାତ୍ୟା ଜଓ୍ବାଦ୍ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ୯୯ ପ୍ରତିଶତ କୂଳ ଛୁଇଁବା ସମ୍ଭାବନା ରହିଛି । ଆନ୍ଧ୍ର ପ୍ରଦେଶ, ଦକ୍ଷିଣାଞ୍ଚଳ ଓଡିଶା ଦେଇ ଏହା ପୂରୀ ଜିଲ୍ଲା ମଧ୍ୟଦେଇ ଗତି କରିବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଜିଲ୍ଲାବାସୀଙ୍କୁ ସତର୍କ କରାଯାଇଅଛି । ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ରାତିଠାରୁ ଶନିବାର ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ଶୁକ୍ରବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଏବ ବୈଠକ ଆଗତ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା କରିଥିଲେ । ଜିଲ୍ଲାର ପାତ୍ରପୁର, ଚିକିଟି, ସୋରଡା, ଗୋପାଳପୁର, ସୁନପୁର ଅଞ୍ଚଳର ତଳିଆ ସ୍ଥାନରେ ରହୁଥିବା ଜନ ସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଆଶ୍ରୟ ସ୍ଥଳରେ ରଖାଯାଇ ସେମାନଙ୍କର ଯତ୍ନ ନିଆଯିବ । ଶୁକ୍ରବାର ଅପରାହ୍ନରୁ ସ୍ଥାନାନ୍ତର କରାଯିବ । ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ସେମାନଙ୍କୁ ରଖାଯିବ । ମାଟି ଅତଡା ଖସିଯିବା ସମ୍ଭାବନା ରହୁଥିବା ଲୋକଙ୍କୁ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ । ଖାଲୁଆ ଅଞ୍ଚଳରେ ଫସଲ ରହିଥିବା ଚାଷ ଜମିର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯାହାକି ପରବର୍ତ୍ତୀ ପର‌୍ୟ୍ୟାୟରେ କ୍ଷୟକ୍ଷତିର ଆକଳନ କରିବା ଦିଗରେ ସହଯୋଗ ହୋଇପାରିବ । ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୮୫ ରୁ ୧୧୦ ମଧ୍ୟରେ ରହିପାରେ । ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀଗଣ ସମୁଦ୍ରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମୁଦ୍ର ଅଞ୍ଚଳକୁ ପରିଭ୍ରମଣ ସକାଶେ ଶୁକ୍ରବାର ଏବଂ ଶନିବାର ଦିନ ପର‌୍ୟ୍ୟଟକ ମାନଙ୍କୁ ବାରଣ କରାଯାଇଛି । ସମୁଦ୍ର ଜଳପତ୍ତନ ବୃଦ୍ଧି ହେବ ଯାହା ଫଳରେ ବର୍ଷାଜଳ ସମୁଦ୍ର ମଧ୍ୟକୁ ଯାଇ ପାରିବ ନାହିଁ ସେଥିଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇପାରେ । ଏଣୁ ତଳିଆ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଧାନ ଓ ପନିପରିବା ଗୁଡିକୁ କିପରି ସୁରକ୍ଷିତ ରଖାଯିବ ସେଥି ସକାଶେ କୃଷକ ମାନଙ୍କୁ ସତର୍କ କରାଇ ଦିଆଯାଇଛି । ପାତ୍ରପୁର, ଚିକିଟି, ଛତ୍ରପୁର, ଗଞ୍ଜାମ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ପୂର୍ଣ୍ଣରୂପେ ପୂର୍ବ ପ୍ରସ୍ତୁତି କରି ରଖିବାକୁ କୁହାଯାଇଛି । ଜେନେରେଟର୍, ପାଣି, ଓ!ଷଧ, ଶୁଖିଲା ଖାଦ୍ୟ,ଚୁଡା,ଗୁଡ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ କରି ରଖିବାକୁ କୁହାଯାଇଛି । ଯେଉଁ ସ୍ଥାନରେ ରାସ୍ତା କଟିଯିବାର ସମ୍ଭାବନା ରହିଛି ତେଣୁ ଉକ୍ତ ଅଞ୍ଚଳ ପ୍ରତି ନଜର ରଖିବାକୁ କୁହାଯାଇଛି । ଡ୍ରେନେଜ୍ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରବଳରୁ ଅତି ପ୍ରବଳ ଜନିତ ଜଳ କିପରି ବିନା ଦ୍ବିଧାରେ ନିଷ୍କାସନ ହେବ ତାହାର ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା କାଲି ଶନିବାର ଦିନ ସମସ୍ତ ବସ୍ ଏବଂ ଅଟୋଚଳାଚଳ ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି ସେମାନେ ଜଳମଗ୍ନ ସ୍ଥାନକୁ ଫଟୋ ଉଠାଇବା ବାହାନାରେ ଆଗକୁ ଯାଆନ୍ତୁ ନାହିଁ । ଖାଲୁଆ ଅଞ୍ଚଳରେ ଖସିଯିବାର ସମ୍ଭାବନା ରହିଛି । ଏଣୁ ବିପଦ ପ୍ରତି ସଜାଗ ରହିବାକୁ କୁହାଯାଇଛି । ଆମ ଜିଲ୍ଲାରେ ଥିବା ଭଞ୍ଜନଗର, ସୋରଡା,ବାଘଲଟି, ଘୋଡାହାଡ ଡ୍ୟାମ୍ ଗୁଡିକରେ ଜଳପତ୍ତନ ବୃଦ୍ଧିପାଇବ । ଏଣୁ କେନାଲ ଗୁଡିକରେ ପାଣି ନିଷ୍କାସନ କରାଯାଉଛି ଏବଂ ବର୍ଷା ହେଲେ କେନାଲ ଗୁଡିକରେ ପାଣି ଛଡାଯିବ । ଏଣୁ କେନାଲ ଅଞ୍ଚଳ ଖାଲି ରଖିବାକୁ ପରାମର୍ଶ ଦିଆଯାଇଛି । ଡ୍ୟାମ୍ ରୁ ଜଳ ନିଷ୍କାସନ କରାଯିବ । ଏଣୁ କେନାଲ ଦେଇ ଆନ୍ଧ୍ର ପ୍ରଦେଶର ଅଞ୍ଚଳକୁ ଜଳଯିବ । ଏଣୁ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କୁ ଆଗୁଆ ସୂଚନା ଦେବାକୁ ଜିଲ୍ଲାପାଳ ଜଣାଇଥିଲେ । ଏନ୍.ଡି.ଆର୍.ଏଫ୍. ଟିମ୍ ର ତିନୋଟି ଦଳ ପହଞ୍ଚିଛି । ଗୋଟିଏ ଦଳ ଗଞ୍ଜାମ, ପାତ୍ରପୁର ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳକୁ ପଠାଯାଇଛି । ସେହିପରି ଓ.ଡି.ଆର୍.ଏଫ୍. ର ତିନୋଟି ଦଳ ଆସିଛନ୍ତି । ଗୋଟିଏ ଦଳକୁ ଆସ୍କା ଏବଂ ଅନ୍ୟ ଦୁଇଟି ଦଳକୁ ଛତ୍ରପୁର ଜିଲ୍ଲା କାର‌୍ୟ୍ୟାଳୟରେ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପ୍ରରଣ କରାଯିବ । ଯଦି କେଉଁ ଠାରେ ଗଛ ପଡିଥାଏ ତେବେ ଜିଲ୍ଲାପାଳଙ୍କ ଆଦେଶକୁ ଅପେକ୍ଷା ନ କରି ତହସିଲଦାର କିମ୍ବା ଉପଜିଲ୍ଲାପାଳଙ୍କ ପରାମର୍ଶ ନେଇ ଗଛ କାଟି ରାସ୍ତାରେ ଯାତାୟତ ସୁବିଧା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମୋବାଇଲ୍ ନେ୍ ଓ୍ବାର୍କ ଯେପରି ଅଚଳ ହେବ ନାହିଁ ସେଥି ନିମନ୍ତେ ଟାଓ୍ବାର ଏବଂ ମୋବାଇଲ୍ କମ୍ୟୁନିକେସନ୍ ସଂସ୍ଥାସହ ଯୋଗାଯୋଗ କରି ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଜୀବନ ସୁରକ୍ଷାକାରୀ ଦଳକୁ ଜ୍ୟାକେଟ୍ ପ୍ରଦାନକରି ପୂର୍ବରୁ ଚିହ୍ନଟ କରି ରଖିବାକୁ କୁହାଯାଇଛି । ସମସ୍ତ ବିଭାଗ୨୪ ଘଣ୍ିଆ ସଜାଗ ହୋଇ ରହିବାକୁ ନିର୍ଦ୍ଦେଶ ରହିଛି । କେହି ସଦର ମହକୁମା ଛାଡିବେ ନାହିଁ । ପୋଲିସ୍ ପ୍ରଶାସନକୁ ମଧ୍ୟ ସଜାଗ ହୋଇ ରହିବାକୁ କୁହାଯାଇଛି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ