ସମ୍ଭାବ୍ୟ ବାତ୍ୟା କୁ ନେଇ ଚାଷୀ କୂଳ ଆତଙ୍କିତ 

ନିମାପଡା, ( ସନ୍ତୋଷ ଦାଶ ) :-ବଙ୍ଗୋପସାଗର ରେ ଦାନା ବାନ୍ଧୁ ଥିବା ସମ୍ଭାବ୍ୟ ବାତ୍ୟା କୁ ନେଇ ଚାଷୀ କୂଳ ଆତଙ୍କିତ ହୋଇପଡିଛନ୍ତି। ଗତ ୨୦୧୯ ମସିହା ଏପ୍ରିଲ ୨୬ ରେ ବାତ୍ୟା ଫନି,୨୦୨୦ ମେ ୧୬ ରେ ଅମ୍ପାନ, ୨୦୨୧ମେ୨୫ ରେ ୟାସ, ସେପ୍ଟେମ୍ବର ୨୬ ରେ ଗୁଲାବ, ଡିସେମ୍ବର ୫ରେ ଜୱାଦ ବାତ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ଘଟିଥିଲା । ଏପର୍ଯ୍ୟନ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ମିଳିପାରିନାହିଁ। ପୁଣି ଏକ ବାତ୍ୟା ଓଡିଶା ଉପକୂଳ ମୁହାଁ ହୋଇଥିବାରୁ ଫସଲ କ୍ଷତି ଆଶଙ୍କା ରେ ଚାଷୀକୁଳ ଭୟଭୀତ ହୋଇ ପଡିଛନ୍ତି। ବିଲରେ ଧାନ ପାଚିବାକୁ ବସିଥିବାବେଳେ ପନିପରିବା ସବୁ କଷି ଧରିଛି । ଏହି ସମୟ ରେ ବାତ୍ୟା ଆସୁଥିବାରୁ ଚାଷୀକୁଳ ମୁଣ୍ତରେ ହାତ ଦେଇ ବସିଛନ୍ତି । ଚାଷୀ ମାନେ ଅଧା ପାଚିଲା ଧାନ କୁ କାଟି ବିକଳରେ ଘର କୁ ବୋହି ନେଉଥିବା ଦେଖିବାକୁ ମିଳୁଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଉପକୂଳବାସୀ ଆତଙ୍କିତ ହୋଇପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ