ସମ୍ଭାବ୍ୟ ବାତ୍ୟା ଚିନ୍ତା,ତରବର ରେ ମକା ଭାଙ୍ଗି ଖଳlକୁ ନେଉଛନ୍ତି ଚାଷୀ

ମୋହନା, (ଅଂଶୁମାନ ପଣ୍ଡା):ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଚିନ୍ତାରେ ଚାଷୀ l ତରବରିଆ ଭାବେ ମକା ଭାଙ୍ଗି ଖଳlକୁ ନେଉଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମଳlସପଦର ପଞ୍ଚାୟତ ହlଲାପଙ୍କl ଗାଁରେ l ବାତ୍ୟା ହେଲେ ମକା ଗଛ ଭାଙ୍ଗିଯିବା ସହ ମକା ଫସଲ ନଷ୍ଟହେବାର ସମ୍ଭାବନା ରହିଛି l ତେଣୁ ତରବର ରେ ମକା ଭାଙ୍ଗି ଖଳlକୁ ନେବା ସହ ସୁରକ୍ଷିତ ସ୍ଥାନକୁ ନେଉଥିବା କହିଛନ୍ତି ଚାଷୀ l କିଏ ପଥର ଚlଞ୍ଚଡା ରେ ରଖିଛନ୍ତି ତ କିଏ ନିଜ ଘର ଛାତ ଉପରେ ରଖିଥିବା ଦେଖିବାକୁ ମିଳିଛି l ଆଉ କିଏ ଗାଁ ରାସ୍ତାରେ ଶୁଖାଇଛନ୍ତି l ଗତ କିଛି ବର୍ଷ ହେଲା ବାତ୍ୟା ଯୋଗୁଁ ମକା ଫସଲ ନଷ୍ଟ ହୋଇଥିଲା l ଏବେ ବାତ୍ୟା ଆସିଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ପ୍ରଶାସନ ପାଲ ଯୋଗାଇବାକୁ ଦାବି କରିଛନ୍ତି ମକା ଚାଷୀ l ଫସଲ କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ କୃଷକ ସାଥି ଉମାଶଙ୍କର ସାହୁ ଚାଷୀ ମାନଙ୍କୁ ସଚେତନ କରାଯାଉଥିବା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ