ସମ୍ଭାବ୍ୟ ବାତ୍ୟା ଜନିତ ଫସଲ ସୁରକ୍ଷା ପାଇଁ ସଚେତନତା ରଥ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ରାଜ୍ୟରେ ଚିନ୍ତାରେ ରହିଛନ୍ତି ଚାଷୀକୁଳ।ଜମିରେ ଧାନ ଫସଲ ଅମଳ ପୂର୍ବରୁ ଏଭଳି ପରିସ୍ଥିତି ଚାଷୀକୁଳର ଚିନ୍ତା ବଢାଇଦେଇଛି।ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ପରେ ଚାଷୀମାନେ ପାଚିଲା ଧାନ କାଟି ନେଉଛନ୍ତି।ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବାତ୍ୟା ମୁକାବିଲା ପାଇଁ ପୁରା ସ୍ଥିତି ଉପରେ କଡା ନଜର ରଖି ସଜାଗ ରହିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।ମୁଖ୍ୟତଃ ପାଚିଲା ଧାନ କିଭଳି ସୁରକ୍ଷିତ ଭାବେ ସଂଗ୍ରହ କରିବାକୁ ହେବ ସେ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି।ଏହି କ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ,ଆତ୍ମା ଗଞ୍ଜାମ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ସଚେତନତା ସୃଷ୍ଟି କରାଯାଇଛି।ସ୍ଥାନୀୟ ହିଞ୍ଜିଳିବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥ ହିଞ୍ଜିଳି ବ୍ଲକର ୨୧ ଟି ପଞ୍ଚାୟତ ବୁଲି ଆସନ୍ତା ୩ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ଯୋଗୁଁ ଚାଷୀ କାଟିଥିବା ଧାନକୁ ବିଡା କରି ନିରାପଦ ସ୍ଥାନକୁ ନେବା, ଧାନ ବିଡା କୁ ପଲିଥିନ ଘୋଡାଇ ରଖିବା ଓ କଟା ଯାଇଥିବା ଧାନକୁ ଉଚ୍ଚ ସ୍ଥାନରେ ରଖିବା ସହ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଗ୍ରାମାଞ୍ଚଳରେ ସଚେତନତା କରିବ।ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,କୃଷି ଅଧିଦର୍ଶକ ଓ ଗ୍ରାମ୍ୟ ସ୍ତରୀୟ କୃଷି କର୍ମଚାରୀଙ୍କ ସହଯୋଗରେ ସଚେତନତା ରଥ ବିଭିନ୍ନ ଗାଁ ପରିକ୍ରମା କରି ଚାଷୀ ମାନଙ୍କୁ ସତର୍କ ସୂଚନା ଓ ସଚେତନତା ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ