ସମ୍ଭାବ୍ୟ ବାତ୍ୟା “ଜୋୱାଦ” ପାଇଁ ସତର୍କ ସୂଚନା ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ଆସନ୍ତା ଡିସେମ୍ବର ୩ ଓ ୪ ତାରିଖରେ ଓଡିଶାରେ କ୍ଷତି କରିବାକୁ ଥିବା ବାତ୍ୟା ” ଜୋୱାଦ” ଓ ଲଘୁଚାପଜନିତ ଅତ୍ୟଧିକ ବର୍ଷା ପାଇଁ ବୁଗୁଡା ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀମାନଙ୍କୁ ସତର୍କତା ଓ ସୂଚନା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱରା ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ପ୍ରଚାର ମାଧ୍ୟମରେ ଯେଉଁ ଜମିର ଧାନ ଫସଲ ୮୫ ପ୍ରତିଶତରୁ ଉର୍ଦ୍ଧ୍ବ ପାଚିଯାଇଥିବ ସେହି ଧାନ ସବୁ କାଟି ଅମଳ କରିବା ବା କୌଣସି ସୁରକ୍ଷିତ ଜାଗାରେ ପାଲ ଘୋଡାଇ ରଖିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ଏଥିସହିତ ବିଲରେ ଧାନ କାଟି ନପକାଇବା, ପାଣି ନିଷ୍କାସନ ପାଇଁ ନାଳ ବାହାର କରିବା, ପଡି ଯାଇଥିବା ଧାନ ଫସଲ ହଳା କରି ଛିଡା କରିବା, ଜମିରେ କୀଟନାଶକ ଔଷଧ ନଛିଞ୍ଚିବା, ଆଳୁ ଜାତୀୟ ବିହନ ନଲଗାଇବା ପାଇଁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ସତର୍କ ସୂଚନା ସ୍ଵତ୍ତ୍ୱେ ଚାଷୀ ସମସ୍ତ ପ୍ରକାର ଫସଲକୁ ସୁରକ୍ଷା ଦେବା ଅସମ୍ଭବ ହୋଇଥିବା ବେଳେ ଅତ୍ୟାଧିକ ବର୍ଷା ହେଲେ ବିଶେଷ ଭାବେ ଧାନ ଫସଲ ନିଶ୍ଚିତ ଭାବେ କ୍ଷତି ହେବ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ