ସମ୍ଭାବ୍ୟ ବାତ୍ୟା ନେଇ କାଶୀନଗରରେ ସଜାଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସମ୍ଭାବ୍ୟ ବାତ୍ୟା ମିଗଜୋମ ଯାହାକି ଦକ୍ଷିଣ ଆନ୍ଧ୍ର ଉପକୂଳ ମିଛିଲି ପାଟନମ ଠାରେ ଅବପାତ ହୋଇପାରେ ବୋଲି ଆକଳନ ହୋଇଥିବା ବେଳେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ବୈଠକ ଗୃହ ଠାରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା କୁ ନେଇ ଏକ ଜରୁରୀ ବୈଠକ ଡକା ଯାଇଥିଲା. ବୈଠକ ରେ ବିଡିଓ ଅନୁପ କୁମାର ପଣ୍ଡା, କୃଷି ଅଧିକାରୀ ଫିରୋଜ ଆରା, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଓ ଅଗ୍ନିଶମ ବିଭାଗୀୟ ଅଧିକାରୀ ଯୋଗ ଦେଇ ବାତ୍ୟା ଜନିତ ଆଲୋଚନା କରାଯିବା ସହ ପ୍ରଶାସନ ଏନେଇ ସଜାଗ ଥିବା ସୂଚନା ମିଳିଛି. ଯେହେତୁ ଅବପାତ ଅଂଚଳ ଦକ୍ଷିଣ ଓଡିଶା ଉପକୂଳ ତଥା ସୀମାନ୍ତବର୍ତ୍ତୀ ହୋଇଥିବାରୁ ଗଜପତି ଜିଲ୍ଲା କାଶୀନଗର ଚାଷୀ ମାନେ ପ୍ରବଳ ବର୍ଷା ହେବ ବୋଲି ଅକାଳନ କରି ଚିନ୍ତାରେ ଥିବା ଦୃଷ୍ଟିକୁ ଆସିଛି. କାଶୀନଗର ଅଂଚଳରେ ବର୍ଷା ଅଭାବ ଯୋଙ୍ଗୁ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଯାହା କିଛି ଫସଲ ହୋଇଛି ତାହା ମଧ୍ୟ ଏହି ପ୍ରାକୃତିକ ବିପର୍ଯୟ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି କିଛି ଚାଷୀ ମତ ପୋଷଣ କରିଥିଲେ. ଧାନ ସମ୍ପୂର୍ଣ୍ଣ ଭାବେ ପାଚି ନ ଥିବା ବେଳେ କେତେ ଚାଷୀ ତରବରିଆ ହୋଇ ଧାନ କାଟି ଦେଇଥିବା ଦେଖା ଯାଇଛି . ଧାନ ଫସଲ ହସି ହସି ଉତଫୁଲ୍ଲିତ ହେଉ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସମସ୍ତ ଚାଷୀ କୁଳକୁ ଡ଼ରେଇ ନିଦ ହଜେଇଦେଇଛି. ବର୍ତମାନ ୬୦ପ୍ରତିଶତ ଧାନ ପାଚି ଥିବା ବେଳେ ୪୦ ପ୍ରତିଶତ ଧାନ ପଚିବା ପାଇଁ ବାକି ରହିଛି.କାଶୀନଗର କୃଷି ବିଭାଗ ଅଧିକାରୀ ଫିରୋଜ ଆରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଏକ ସଚେତନ ରଥ କାଶୀନଗର ଶୁଭାରମ୍ଭ କରି ବ୍ଲକର ପ୍ରତ୍ୟେକ ଗ୍ରାମକୁ ଯାଇ ବାତ୍ୟା ପାଇଁ ସମ୍ଭାବ୍ୟ ପ୍ରବଳ ବର୍ଷା ସମ୍ପର୍କୀୟ ସଚେତନ କରିବା ସହ ଅମଳ ଧାନକୁ ସୁରକ୍ଷିତ କିମ୍ବା ସଠିକ ସ୍ଥାନରେ ରଖିବାକୁ ପରାମର୍ଶ ଦେଉଛନ୍ତି . କୃଷି ବିଭାଗର ଏକ ଡାକ ବାଜି ଯନ୍ତ୍ର ମଧ୍ୟ ଗ୍ରାମପଞ୍ଚାୟତ ମାନ ବୁଲି ଆମଦାନୀ ହୋଇଥିବା ଫସଲ ସୁରକ୍ଷିତ ସ୍ଥାନରେ ଯଥା ଶୀଘ୍ର ରଖିବାକୁ ସଚେତନ କରାଯାଉ ଥିବା ସ୍ଥାନୀୟ କୃଷି ଆଧିକାରୀ ଫିରୋଜ ଆରା ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ