ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀ

ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଧାନ କ୍ଷେତରେ ସୁନାର ଫସଲ ହସିଉଠୁଥିବା ବେଳେ କିଛିଦିନ ପରେ ଧାନକଟାକାର୍ଯ୍ୟ ଆରମ୍ଭ ହୋଇଥାଆନ୍ତା। ଏଭଳି ପରିସ୍ଥିତିରେ ଲଘୁଚାପ ବର୍ଷା ଚାଷୀ ଙ୍କ ମନରେ ଭୟ ସଂଚାର କରିଛି। ଯାହା କୁ ନେଇ ପୁରୁଷୋତ୍ତମପୁର ଅଞ୍ଚଳ ର ଚାଷୀ କୁଳ ଚିନ୍ତା ରହିଛନ୍ତି। ଲଘୁଚାପ ପ୍ରଭାବରେ ଯଦି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସମେତ ୫ଟି ଜିଲ୍ଲା ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ଆଗୁଆ ଚାଷ କରାଯାଇଥିବା ଜମିରୁ କଟାଫସଲ କୁ ଚାଷୀ ଭାଇ ତର ତର ହୋଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ଧାରଣ କରିଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ରେ ବନ୍ୟା ପରିସ୍ଥିତି ଉପୁଜି ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ଦିନ ଧରି ମେଘୁଆ ପାଗ ସହିତ ଝିପିଝିପି ବର୍ଷା ହୋଉଛି।ଯଦି ଜୋର ବର୍ଷା ହୁଏ ଜମିରେ ହସିଉଠିଥିବା ସୁନା ର ଧାନଫସଲ ଝଡି ନଷ୍ଟ ହୋଇଯିବା ସହ ଧାନ ର ଗୁଣ ମଧ୍ୟ ନଷ୍ଟ ହୋଇଯିବ । ପୂର୍ବରୁ ବର୍ଷା ଅଭାବ ଯୋଗୁଁ ବର୍ଷାଧାର ଜମି ରେ ଫସଲ ନଷ୍ଟ ହୋଇଥିବା ବେଳେ ବର୍ତମାନ ଅଦିନିଆ ବାତ୍ୟା ଧାନଫସଲ ନଷ୍ଟ କରିଦେବା, ଚିନ୍ତା ରେ ଚାଷୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି।ଧାର କରଜ କରି ଖରିଫ୍ ଫସଲକୁ ଠିଆ କରିଥିବା ବେଳେ ପୂର୍ବରୁ ମରୁଡି ରେ ଉଜିଡିଯାଇଥିବା ଧାନ ଫସଲକୁ ସମ୍ଭାବ୍ୟ ଅଦିନିଆ ବର୍ଷା ଚାଷୀ ଉପରେ ବୋଝ ଉପରେ ନଳିତା ବିଡା ଭଳି କାର୍ଯ୍ୟ କରିଛି। ଏହି ବ୍ଲକ୍ ର ଚଳିତ ବର୍ଷ ଖରିଫ ରେ ୯୭୯୨ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଚାଷୀ ପରିବାର ର ପ୍ରତିଟି ସଦସ୍ୟ ଏହି କାର୍ଯ୍ୟ ରେ ଲାଗିଯାଇଛନ୍ତି ।ଯେତେ ଧାନକଟା ହୋଇ ଜମିରେ ପଡିଛି,ତାକୁ ଉଠେଇବା ପୂର୍ବରୁ ବର୍ଷା ନହେଉ ବୋଲି ଭଗବାନ ଙ୍କୁ ଡାକୁଛନ୍ତି ଚାଷୀମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ