ସମ୍ଭାବ୍ୟ ବାତ୍ୟା ପାଇଁ ୧୬ଟି ପଂଚାୟତର ୩୯୨ ପରିବାରରୁ ୧୪୭୧ଜଣଙ୍କୁ କରାଯିବ ସ୍ଥାନାନ୍ତର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ପ୍ରଶାସନ ପକ୍ଷରୁ ସମ୍ମିଳନୀ କକ୍ଷରେ ଏକ ବୈଠକ କରାଯାଇଛି। ବାତ୍ୟା କିମ୍ବା ବର୍ଷାରେ ଜନସାଧାରଣ ଯେପରି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ତିକ୍ଷଣ ଦୃଷ୍ଟି ଦେବାକୁ ବିଡିଓ ତପନ କୁମାର ମହାପାତ୍ର ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ଅଙ୍ଗେଶ୍ୱରପଡାସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ବ୍ଳକରେ ହୋଇଥିବା ଅନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକୁ ବୁଲି ଦେଖିଛନ୍ତି। ଆଶ୍ରୟସ୍ଥଳୀ ଗୁଡିକରେ ପିଇବା ପାଣି, ଆଲୋକୀକରଣ,ଶୌଚାଳୟ ଆଦି ଠିକ୍ ରହିଛି କି ନାହିଁ ତାହା ମଧ୍ୟ ପରଖିଛନ୍ତି। ବାତ୍ୟା କିମ୍ବା ବର୍ଷାରେ ଅସୁରକ୍ଷିତ ଭାବେ ରହିଥିବା ପରିବାର ଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରେ ଡେରିକି ପଂଚାୟତର ୫୫ ପରିବାରରୁ ୨୦୦ଜଣ,ତିରୁଣାର ୫୦ ପରିବାରରୁ ୨୨୪ଜଣ, ଅଲଣାର ୧୫ଟି ପରିବାରରୁ ୬୦ଜଣ, ବାଂଶର ୧୦ପରିବାରରୁ ୪୫ଜଣ, ନାଉଗାଁର ୭ ପରିବାରରୁ ୧୬ଜଣ, ଗଳଦାରୀ ୧୫ ପରିବାରରୁ ୬୦ ଜଣ, ଗଜରାଜପୁର ୧୨ ପରିବାରରୁ ୪୩ ଜଣ, ଓଷକଣା ୧୫ ପରିବାରରୁ ୩୫ ଜଣ, ଶିଖର ୧୮ ପରିବାରରୁ ୫୦ ଜଣ, ନୂଆଗାଁ ୫୦ ପରିବାରରୁ ୨୦୦ ଜଣ, କୋରୁଅ ୫ ପରିବାରରୁ ୨୫ ଜଣ, ରୋହିଆ ୪୦ ପରିବାରରୁ ୧୬୦ଜଣ, ବଛାଳୋ ୪ ପରିବାରରୁ ୧୦ଜଣ, ଘୋଡାଂଶ ୪୬ ପରିବାରରୁ ୧୫୩ ଜଣ, ଜାମୁଗାଁ ୪୦ ପରିବାରରୁ ୧୪୦ଜଣ, ଡାବର ପଂଚାୟତର ୧୦ ପରିବାରରୁ ୫୦ ଜଣ ସମୁଦାୟ ୩୯୨ଟି ପରିବାରରୁ ୧ହଜାର ୪୭୧ ଜଣଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଛି। ଡେରିକି , ଡାବର ଓ ଜାମୁଗାଁ ପଂଚାୟତର ଜନସାଧାରଣଙ୍କୁ ଗାଡି ମାଧ୍ୟମରେ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ସେହିପରି ୪ଜଣ ଆସନ୍ନ ପ୍ରସବାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ବାତ୍ୟାର ଗତିବିଧିକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନାନ୍ତର କାର୍ଯ୍ୟ କରାଯିବ ବୋଲି ଏବିଡିଓ ଦେବେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ