ସମ୍ମାନିତ ହେବେ କ୍ରିକେଟ ଅମ୍ପେୟାର ସତ୍ୟେନ୍ଦ୍ର ମୋହନ
ନିମାପଡା (ସନ୍ତୋଷ ଦାଶ) : ଜୟଦେବ ସ୍କାର୍ଟ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ପ୍ରାଚୀ ଭୂଷଣ ତ୍ରିପାଠୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅବସରରେ ରାଜ୍ୟର ୫ଜଣ ବିଶିଷ୍ଟ କ୍ରିକେଟ ଅମ୍ପାୟାରଙ୍କୁ ସମ୍ବଦ୍ଧିତ କରାଯିବ। ଏହି ଅମ୍ପାୟର ମାନେ ହେଲେ ସୁବ୍ରତ ଦାସ, ଅରୁଣ ବାସା, କଲ୍ୟାଣ ଚୌଧୁରୀ, ସତ୍ୟେନ୍ଦ୍ର ମହାନ୍ତି ଓ ସତ୍ୟପ୍ରସାଦ ରଥ । ଏହି ୫ଜଣ ବରିଷ୍ଠ ଅମ୍ପାୟାରଙ୍କୁ ସ୍କୋର୍ଟ ଆସୋସିଏସନ ପକ୍ଷରୁ ସୌମ୍ୟରଞ୍ଜନ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ ସଂଘ ସମ୍ପାଦକ ତଥାଅନ୍ୟତମ ବରିଷ୍ଠ ଅମ୍ପାୟର ଶରତଚନ୍ଦ୍ର ସାହୁ ଜଣାଇଛନ୍ତି । ବରିଷ୍ଠ ଅମ୍ପାୟର ଚଣ୍ଡିପ୍ରସାଦ ମହାପାତ୍ର, ପବିତ୍ର ପ୍ରଧାନ, ବିଭୁ ଶତପଥୀ, ଅକ୍ଷୟ ଚାନ୍ଦ, ବଲ୍ଲଭ ଚରଣ ସାହୁ ଓ ଦକ୍ଷବ୍ରହ୍ମା ରାଉତରାୟଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳି ଏହି ଅମ୍ପାୟରଙ୍କ ନାମ ଚୟନ କରିଛନ୍ତି । ଅମ୍ପେୟାର ସତ୍ୟେନ୍ଦ୍ର ମୋହନ ମହାନ୍ତିଙ୍କ ଘର ନିମାପଡା ଓ ସେ ଜଣେ ଗଣମାଧ୍ୟମର ପ୍ରତିନିଧି ଅଟନ୍ତି. ତାଙ୍କ ବାପା ସ୍ୱର୍ଗତ ମନମୋହନ ମହାନ୍ତି ଜଣେ ପ୍ରସିଦ୍ଧ ଭୂତତ୍ତ୍ୱବିତ ଥିଲେ. ସତ୍ୟେନ୍ଦ୍ରଙ୍କୁ ସମ୍ମାନିତ କରାଯିବା ଘୋଷଣା କରାଯିବା ପରେ ନିମାପଡା, କାକଟପୁର, ପିପିଲି, ଭୁବନେଶ୍ୱର ଅଞ୍ଚଳର ବହୁ କ୍ରିକେଟ କ୍ଲବ ଓ କ୍ରୀଡା ସଂଗଠନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.


