ସମ୍ମୁଖରେ ବଡ଼ ବିପଦ, ତଥାପି ସଚେତନ ହେଉନାହାନ୍ତି: ପ୍ରଶାସନ ନିରବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ସମଗ୍ର ବିଶ୍ୱରେ କରୋନା ଭୁତାଣୁ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ଏଯାବତ୍ କୌଣସି ପ୍ରତିଷୋଧମୂଳକ ଔଷଧ ବାହାର କରାଯାଇନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ବ୍ୟବହାର ଏବଂ ବାରମ୍ବାର ସାବୁନ କିମ୍ବା ହେଣ୍ଡୱାସରେ ହାତକୁ ଧୋଇବା ଲାଗି ଜନସାଧାରଣଙ୍କୁ ସରକାର ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜଣେ ବି କରୋନା ରୋଗୀ ଚିହ୍ନଟ ହୋଇନଥିବା ଯୋଗୁଁ ଜିଲ୍ଲାବାସୀ ଆଶ୍ୱସ୍ତ ଲାଭ କରିଥିଲେ ଏବଂ ଗଞ୍ଜାମ ଜିଲ୍ଲା ଗ୍ରୀନ୍ ଜୋନରେ ରହିଥିଲା । କିନ୍ତୁ ଗୁଜୁରାଟର ସୁରଥ ଅଂଚଳରୁ ପ୍ରବାସୀଙଘ୍‌କ ଆଗମନ ପରେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଲା । ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ଅରେଞ୍ଜ ଓ ପରବର୍ତି ସମୟରେ ରେଡ଼୍ ଜୋନ ଭାବେ ଘୋଷଣା କରାଯାଇଛି । ବର୍ତମ।।ନ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ମୁକାବିଲା ଲାଗି ଜିଲ୍ଲାକୁ ପ୍ରଥମେ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯାଇଥିଲା । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଆକ୍ସନ ମୁଡ଼ରେ ରହିଥିଲେ । ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରେପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ଥାନା, ପୌର ଓ ରାଜସ୍ୱ କର୍ମଚାରୀ ମାନେ ସ୍ଥାନୀୟ ସହରରେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବା ସହ ମାସ୍କ ବ୍ୟବହାର କରିନଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ୨ଶହ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିନଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରୁ ୧ ହଜାର ଟଙ୍କା ଳେଖାଏଁ ଜୋରିମାନା ଆଦାୟ କରିଥିଲେ । ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ ଏବଂ ପ୍ରଶାସନର ଆକ୍ସନ ମୁଡ଼ରେ ସ୍ଥାନୀୟ ପୌରାଂଚଳ ଓ ନିକଟବର୍ତି ଗ୍ରାମାଂଚଳର ଜନସାଧାରଣ ଅତ୍ୟାବଶ୍ୟକ ନଥିଲେ ଘରୁ ବାହରକୁ ବାହାରିବାକୁ ଭୟ କରୁଥିଲେ । ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳକୁ ସୂରଥ ଫେରନ୍ତା ପ୍ରବାସୀଙ୍କ ସୁଅ ଛୁଟିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ବି ଚିନ୍ତା ବଢିଯାଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଓଡ଼ିଶାରେ ଆକ୍ରାାନ୍ତଙ୍କ ସଂଖ୍ୟା ୩୬୨ ରହିଥିବା ବେଳେ ସେଥିମ଼ଧ୍ୟରୁ ଗଂଜାମ ଜିଲ୍ଲାରେ ୧୧୮ ଆକ୍ରାାନ୍ତ ରହିଛନ୍ତି ଓ ଜଣେ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସ୍ଥିତ ଭଲ ଥିବା ବେଳେ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରୀ କରାଯାଇଥିଲା । ସ୍ଥିତି ଗମ୍ଭୀର ସମୟରେ ପ୍ରଶାସନ ଚୁପ୍ ସାଜିବା ଘଟଣାକୁ ସହରବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହାକୁ କେନ୍ଦ୍ର କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଶାସନ ବିରୋଧରେ ବିଭିନ୍ନ ଅଶ୍ଳୀଳ ମନ୍ତବ୍ୟ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ସତେ ଯେପରି ଲୋକେ ସାମାଜିକ ଦୂରତ୍ୱ ରକ୍ଷାକୁ ଭୁଲିଗଲେଣି । ଏପରିକି କିଛି ସ୍ଥାନରେ ଲୋକେ ଜୁଆ ଖେଳୁଥିବାର ଦେଖିବାକୁ ମିଳୁଥିବା ବେଳେ ଯୁବଗୋଷ୍ଠୀଙ୍କ ପକ୍ଷରୁ କ୍ରିକେଟ ଖେଳ ଚାଲୁଥିବାର ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଏଭଳି ଅମାନିଆଙ୍କୁ ସାବାଡ଼୍ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ