ସମୟର ମୂଲ୍ୟବୋଧ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଜୀବନରେ ସ୍ୱାସ୍ଥ୍ୟବାନ ରହିବାପାଇଁ ଖେଳିବା ସହିତ ଯୋଗାସନ ପ୍ରାଣାୟାମ ପାଇଁ ସମୟ ଦେବା ନିହାତି ଆବଶ୍ୟକ l ସେହିପରି ପଢିବା, ବିଚାର କରିବା, ହସଖୁସି ରହିବା ଏବଂ ପ୍ରାର୍ଥନା କରିବା ପାଇଁ ସମୟଦେବାର ଆବଶ୍ୟକତା ବିଷୟରେ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ସ୍ୱାମୀ ନିଗମାନନ୍ଦ ଜୀ ପିଲାମାନଙ୍କୁ ବୁଝାଇଥିଲେ l ପରବର୍ତ୍ତୀ ଭଜନ, ଗଳ୍ପକଥନ ଓ ଭଳକାର୍ଯ୍ୟ କଥନରେ ଶିଶୁ ଜ୍ୟୋତିର୍ମୟୀ ପାଲାକା, ଅନନ୍ୟା, ପ୍ରଜ୍ୟୋତି, ଶୁଭଲକ୍ଷ୍ମୀ ପାଣି, ପ୍ରଣତି ସକ୍ରିୟ ଅଂଶଗ୍ରହଣ କରିଥିଲେ l ଏଥିରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସେମାନଙ୍କୁ ସହଯୋଗ କରିଥିଲେ ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତା କହିବା ସହ ଦୈନନ୍ଦିନ ଜୀବନରେ ବର୍ତ୍ତମାନ ପରିସ୍ଥିତିରେ କିଭଳି ଆମେ ଚଲିବା ତାହା ପରାମର୍ଶ ଦେଇଥିଲେ l


