ସମୟ ଆଗରେ ହାର ମାନିଛି ଟେଲିଫୋନ୍ ବୁଥ୍
ହିଞ୍ଜିଳିକାଟୁ , (ଶେଷଦେବ ସାହୁ): ଦିନ ଥିଲା ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଟେଲିଫୋନ୍ ବୁଥ୍କୁ ମିଳୁନଥିଲା ଫୁରୁସତ । ସାଧାରଣତ ଜନତା ଟେଲିଫୋନରେ କଥା ହେବା ପାଇଁ ବୁଥ୍ ସମ୍ମୁଖରେ ଲମ୍ବା ଲାଇନ୍ରେ ଠିଆ ହୋଇ ରହୁଥିଲେ । ଅଳ୍ପ ସମୟ ଲାଗି କଥା ହେବା ସକାଶେ ବୁଥ୍ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିଲେ । ଅତୀତରେ ହିଞ୍ଜିଳିକାଟୁ ସହର ଏବଂ ନିକଟବର୍ତି ଗ୍ରାମାଂଚଳରେ ଦେଖିବାକୁ ମିଳୁଥିଲା ବହୁ ଟେଲିଫୋନ୍ ବୁଥ୍ । ବର୍ତମାନ କିନ୍ତୁ ସମୟ ବଦଳିଯାଇଛି ଅବାବଳ ବୃଦ୍ଧ ବନିତା ସମସ୍ତଙ୍କ ପାଖରେ ରହିଛି ଆଧୁନିକ ଯୁଗର ସ୍ମାର୍ଟ ଫୋନ ବା ମୋବାଇଲ୍ ଫୋନ । ଯିଏ ଯେତେବେଳେ ଚାହୁଁଛି ମନଇଛା ଘଂଟା ଘଂଟା ଧରି ବାର୍ତଳପ କରି ଚାଲୁଛନ୍ତି ନିଜ ପ୍ରିୟ ଜନଙ୍କସହିତ । ବର୍ତମାନ ପୂର୍ବପରି ଟେଲିଫୋନ ବୁଥ୍ ସମ୍ମୁଖରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ । ପ୍ରଯୁକ୍ତି ବିଦ୍ୟାର ଦୃତ ବିକାଶ ଏଭଳି ବିରାଟ ପରିବର୍ତନ କମ୍ ସମୟ ମଧ୍ୟରେ ଜନ ମାନସକୁ ଭେଟି ଦେଇଛି । ଫଳତଃ ଏବେ ଆଉ କେଉଁଠି ବି ଟେଲିଫୋନ୍ ବୁଥ୍ ରହିଥିବା ଦେଖିବାକୁ ମିଳୁନି । ସତେଯେପରି ଏହା ଏକ ଇତିହାସ ହୋଇ ରହିଯାଇଛି । ଅତୀତରେ ଘରେ ଘରେ ଲ୍ୟାଣ୍ଡଲାଇନ ଫୋନ ରହିଥିବା ବେଳେ ସମ୍ପ୍ରତି ସମୟରେ ଟେଲିଫୋନ୍ ବୁଥ୍ର ଆଦର ରହି ଆସିଥିଲା । ସମୟ ବଦଳିବା ସହ ପ୍ରଯୁକ୍ତି ବିଦ୍ୟାର ଦୃତ ବିକାଶ ଯୋଗୁଁ ଜନ ସାଧାରଣ ବର୍ତମାନ ସମୟରେ କେବଳ ଫୋନରେ ବାର୍ତାଳପ ନୁହେଁ ଭିଡ଼ିଓ କଲିଂ ଜରିଆରେ କିଏ କେଉଁଠାରେ କଣ କଣ କରୁଛି, ତାହା ବି ସ୍ମାର୍ଟ ମୋବାଇଲ୍ ଫୋନ ମାଧ୍ୟମରେ ନିମଷକ ମଧ୍ୟରେ ଜାଣି ପାରୁଛନ୍ତି । ସମସ୍ତଙ୍କ ହାତରେ ବର୍ତମାନ ସ୍ମାର୍ଟ ମୋବାଇଲ୍ ଫୋନ୍ ରହିବା ପରେ ସତେ ଯେପରିକି ଟେଲିଫୋନ୍ ବୁଥ୍ ଅଲୋଡ଼ା ହୋଇ ପଡ଼ିଚି ସମସ୍ତଙ୍କ ପାଇଁ । ଫଳରେ ଆଲଚନା ହେଉଛି ଯେ ସମୟ ଆଗରେ ହାର ମାନିଛି ଟେଲିଫୋନ୍ ବୁଥ୍


