ସମୟ ସହ ଖେଳିବା ଶିଖ
ସରୋଜ କୁମାର ବାରିକ
ଆମେମାନେ ସମସ୍ତେ ଛୋଟବେଳୁ ବିଭିନ୍ନ ପ୍ରକାରର ଖେଳ ଖେଳିଛେ | ହେଲେ ସମୟ ସହ କେହି ଖେଳ ଖେଳିପାରେନି ଆଉ ଯଦି ସମୟ କାହା ସହ ଖେଳିବା ଆରମ୍ଭ କରିଦିଏ ସେତେବେଳେ ବ୍ୟକ୍ତିଟିର ଭାଗ୍ୟ ବଦଳିଯାଏ | ମଣିଷ ଧନୀରୁ ଗରିବ ହୋଇଯାଏ ଆଉ ଗରିବରୁ ଧନୀ ମଧ୍ୟ ହୋଇଯାଏ | ତେଣୁ ଆପଣମାନେ ଏଥିରୁ ନିଶ୍ଚିନ୍ତ ହୋଇଯାଆନ୍ତୁ ଯେ ସମୟକୁ ସମସ୍ତେ ଅପେକ୍ଷା କରନ୍ତି କିନ୍ତୁ ସମୟ କାହାକୁ ଅପେକ୍ଷା କରେନି | ସମୟ ସରିବା ପୂର୍ବରୁ ସମୟର ସଦୁପଯୋଗ କରନ୍ତୁ | ସମୟର ଦୂରୁପୋଯୋଗ କଲେ ଆପଣଙ୍କୁ ଆଉ ସେହି ସମୟ ମିଳିବନି ଯେଉଁ ସମୟକୁ ଆପଣ ଅପେକ୍ଷା କରୁଛନ୍ତି | ସମୟ କାହାକୁ ଯଦି ଅପେକ୍ଷା କରେନି ମଣିଷ ତା କର୍ମ ସଠିକ ସମୟରେ କଲେ ଫଳ ଭଲ ମିଳିଥାଏ | ସମୟର ଦୂରୁପୋଯୋଗ କଲେ କର୍ମର ଫଳ ଖରାପ ମିଳିଥାଏ | ଯେଉଁ ମଣିଷ ନିଜକୁ ଠକେ ସେ କେବେ ସମୟକୁ ଠକି ପାରେନି ସେଥିପାଇଁ ଲୋକେ କୁହନ୍ତି ସବୁ ସମୟ ସମୟର ଖେଳ | ଆଜି ଯିଏ ଧନୀ କାଲିକୁ ସେ ଗରିବ | ଆଉ ଆଜି ଯିଏ ଗରିବ କାଲିକୁ ସେ ଧନୀ |
ତେବେ ଅନେକ ସମୟରେ ଖରାପ ସମୟ ମଣିଷକୁ ଶିକ୍ଷା ଦେଇଥାଏ ସେ କେଉଁ କାରଣ ପାଇଁ ଏତେ ଖରାପ ଅବସ୍ଥାରେ ଅଛି ଆଉ ଭଲ ସମୟ ମନେପକେଇ ଦିଏ ତା କଷ୍ଟର କାହାଣୀ | କେବେ ଶୂନଶାନ ରାତିରେ ଆଖି ଲୁହରେ ତକିଆ ଭିଜେ ତ ଆଉ କେବେ ସାଧା କାଗଜ ଉପରେ କଲମର ଦାଗ କମ ରହିଲେ ଲୁହର ଦାଗ ବେଶି ରହିଥାଏ କାରଣ ଏ ମଣିଷ ଅନୁଭବ କରିଥାଏ ତା ଯନ୍ତ୍ରଣା ପଛରେ କେତେ କାହାଣୀ ଏ ସମୟ ତାଳରେ ନିଜ ହୃଦୟ ଭିତରେ ଚାପି ରଖିଥାଏ | ଭଲ ସମୟରେ ସମସ୍ତେ ନିଜର ଖରାପ ସମୟରେ କେହି ନୁହେଁ ଏଠି କାହାର | ବାବୁ ହେଲେ ଏଠି ଆଜ୍ଞା ଆପଣ | ସାଧାରଣ ମଣିଷଟିଏ ହେଲେ ତୁ କିଏ ବେ ମୋର | ସମୟ ସହ ପରିଚୟ ଯେତେ ବଢିବ ଅନେକ ସମ୍ପର୍କୀୟଙ୍କ ସହ ସମ୍ପର୍କ ଯୋଡି ହୋଇଯିବ ଆଉ ଯଦି ଟିକେ ଖରାପ ସମୟ ଆସିବ ଏ ସମ୍ପର୍କ ମଧ୍ୟ କିଛି କ୍ଷଣରେ ଚୁନା ହୋଇଯିବ | ବେଳେବେଳେ ଏମିତି ଲାଗିବ ଏ ସମୟ କାହିଁକି ସରୁଛି ହଜିଲା ଦିନର କଥା ଭାରି ମନେ ପଡୁଛି | ହେଲେ ସମୟ ସରିବା ତା ଧର୍ମ | ଆଜି ବାରଟାରୁ ଆସନ୍ତାକାଲି ବାରଟା ଭିତରେ ନଥାଏ କିଛି ଫରକ | ଫରକ ଥାଏ କେବଳ ଏତିକି କାଲିର କଥା ଆଜିକୁ ଆସେନା ଆଜିର କଥା କାଲିକୁ ଫେରେନା | କଥା ଯଦି ପ୍ରଶ୍ନବାଣ ସମୟ ଦେଇଥାଏ ଅପମାନ, ମାନସମ୍ମାନ | ଭଲ କଥା କହିଲେ ମାନସମ୍ମାନ ମିଳେ ଖରାପ କଥା କହିଲେ ଅପମାନ ମିଳେ | ସମୟ ହେଉଛି ଶ୍ରେଷ୍ଠ ବିଚାରପତି | ସମୟ ବିନା ନାହିଁ କିଛି ଗତି | ଗଡିଯାଉଥିବା ସମୟକୁ ଯେବେ ପଚାରିବ ଆସନ୍ତାକାଲି କେବେ ଆସିବ ସମୟ କହିବ ରାତି ପାହିଲେ ସକାଳ ହେବ ପୁଣି ଏହି ସମୟ ଆରମ୍ଭ ହେବ ତୋ କଲା କର୍ମର ଫଳ ତୋତେ ନିଶ୍ଚିନ୍ତ ମିଳିବ |
ସିନିଅର ଜର୍ଣ୍ଣାଲିଷ୍ଟ