ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ

ପୁରୀ: ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ । ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ସରକାର ତୁରନ୍ତ ନିଷ୍ପତ୍ତି ନେବାକୁ ଗଜପତି ମହାରାଜା ପରାମର୍ଶଦେଇଛନ୍ତି । ଆଗାମୀ ୨୬ ତାରିଖ ଦିନ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବା ବିଧି ରହିଛି । ନୟାଗଡ଼ ଏବଂ ଘୁମୁସର ବନଖଣ୍ଡ ପକ୍ଷରୁ ରଥ ନିର୍ମାଣ ପାଇଁ ପୁରୀରେ ଏ ପର୍ଯ୍ୟନ୍ତ ୨୬୪ ଖଣ୍ଡ କାଠ ଆସି ପହଞ୍ଚି ସାରିଛି । ଶ୍ରୀନଅର ସମ୍ମୁଖ ରଥଖଳାରେ ମନ୍ଦିର ପ୍ରଶାସନ ପକ୍ଷରୁ ଲୁହାପାଇପ ପୋତାଯାଇ ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କରୋନା ବିପତ୍ତି ଯୋଗୁଁ ଆଗାମୀ ରଥଯାତ୍ରା ହେବ କି ନାହିଁ ସେଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ଏ ସମ୍ପର୍କରେ ସରକାରୀ ସ୍ତରରେ ବିଚାର କରି ବିମର୍ଶ ଚାଲିଥିବା ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରଥଯାତ୍ରା ହେବ କି ନାହିଁ ଖୁବଶୀଘ୍ର ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କୁ ଲେଖିଥିବା ଚିଠିରେ ତାଙ୍କ ମତାମତ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ଗଜପତି ମହାରାଜଙ୍କ ମତାମତ ପାଇଁ ଯୋଗାଯୋଗ କରାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ