ସରକାରଙ୍କ ନିକଟରେ ଚନ୍ଦ୍ରଯାନ ୩ ପାଇଁ ୭୫ କୋଟି ଦେବାକୁ ଦାବି
ଭାରତୀୟ ଅନ୍ତରିକ୍ଷ ଅନୁସଂନ୍ଧାନ ଟିମ୍ ଚନ୍ଦ୍ରଯାନ-୩ ପ୍ରସ୍ତୁତି କରୁଛି । ଏଥିପାଇଁ ଇସ୍ରୋ ତାର ତୃତୀୟ ମହତ୍ୱାକାକ୍ଷୀ ଚନ୍ଦ୍ର ମିଶନ ପାଇଁ ରାଶି ମାଗିଛି ।ଚନ୍ଦ୍ରଯାନ ୩ କୁ ଇସ୍ରୋ ୨୦୨୦ ସୁଦ୍ଧା ଲଞ୍ଜ କରିବାକୁ ଯୋଜନା କରୁଛି ।ଏଥିରେ ୬୦ କୋଟି ଟଙ୍କାର ମେସିନ ଉପକରଣ ଏବଂ ଅନ୍ୟ ପଞ୍ଚିକୃତ କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ବୋଲି ଜଣାପଡିଛି ।ଏଥିସହ ୧୫, କୋଟି ଟଙ୍କା ବ୍ୟୟରେ ରାଜସ୍ୱ ଖର୍ଚ୍ଚ କରାଯିବ ସହ ଆର୍ଥିକ ବର୍ଷରେ ଇସ୍ରୋର ମୋଟ ବଜେଟ୍ ୬୬୬ କୋଟି ଟଙ୍କା ରହିଛି ।


