ସରକାରଙ୍କ ନିଷ୍ପତିକୁ ସ୍ୱାଗତ କଲା ନାଗରିକ ମହାମଂଚ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଆ ଭାଷା ଆଇନ୍କୁ ସମ୍ମାନ ଜଣାଇବା ସହିତ ଏହାର କଡ଼ାକଡ଼ି ଅନୁପାଳନ ନିମନ୍ତେ ସରକାର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ଓଡ଼ିଆ ଭାଷାରେ ନିର୍ଭୁଲ ଭାବେ ନାମ ଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ତିନି ସପ୍ତାହ ସମୟ ଦିଆଯାଇଛି । ସରକାରଙ୍କ ଏତାଦୃଶ ପଦକ୍ଷେପକୁ ଭାଷା ଆନ୍ଦୋଳନର ସଭାପତି ତଥା ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ୱାଗତ କରିଛନ୍ତି । ଭାଷା ଆଇନକୁ କଡ଼ାକଡ଼ି ଲାଗୁ କରିବା, ଓଡ଼ିଆ ଭାଷାରେ ନଥିପତ୍ର ଲେଖୁନଥିବା କର୍ମଚାରୀ, ପ୍ରଶାସନିକ ପଦାଧିକାରୀମାନଙ୍କୁ ଭାଷା ଅଇନ୍ ଉଲଂଘନ ଦଣ୍ଡରେ ଦଣ୍ଡିତ କରିବା, ଶ୍ରମ ଆଇନ୍ ଆଧାରରେ ଓଡ଼ିଆ ଭାଷାରେ ନାମଫଳକ ଲେଖୁ ନଥିବା ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନକୁ କଠିନ ଦଣ୍ଡରେ ଦଣ୍ଡିତ ନକଲେ ଏଭଳି ନିର୍ଦ୍ଦେଶନାମାର କୌଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ଶତପଥୀ ମତପୋଷଣ କରିଛନ୍ତି ।