ସରକାରଙ୍କ ପ୍ୟାକେଜକୁ ଗ୍ରହଣ କରିବାକୁ ବିଧାୟକଙ୍କ ନିବେଦନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣର ଏହି ଘଡିସନ୍ଧି ମୁହୁର୍ତ୍ତରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥବବା ଶ୍ରମଜିବୀ ମାନଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥବବା ପ୍ୟାକେଜ ଅତ୍ୟନ୍ତ ସ୍ୱଗତଯୋଗ୍ୟ । ବାହାର ରାଜ୍ୟ ମାନଙ୍କରେ କାମ କରୁଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶ୍ରମଜିବୀ ମାନଙ୍କୁ ଏହି ପ୍ୟାକେଜରେ ସାମିଲ ହେବାଲାଗି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ନିବେଦନ କରିଛନ୍ତି । ସେ ତାଙ୍କ ବାର୍ତ୍ତାରେ ଯେ ଯେଉଁଠି ଅଛନ୍ତି ଲକଡାଉନ ପର୍ଯ୍ୟନ୍ତ ସେହିଠାରେ ରୁହନ୍ତୁ, ଲକଡାଉନ ଉଠିବାପରେ ନିଜ ଗ୍ରାମ କିମ୍ବା ସହରକୁ ଫେରି ନିଜ ମୁନିସପାଲଟି କିମ୍ବା ନିଜ ପଞ୍ଚାୟତରେ ନାମ ପଞ୍ଜିକୃତ କରିବା ସହିତ ନିଜ ନିଜ ପଞ୍ଚାୟତରେ କିମ୍ବା ମୁନିସପାଲଟିରେ ପ୍ରସ୍ତୁତ ହୋଇଥିବା କ୍ୱାରେଣ୍ଟାଇନ ଗୃହରେ ୧୪ଦିନ ରହି ସରକାରଙ୍କ ତରଫରୁ ।ଯୋଗାଇ ଦିଆଯାଇଥିବା ଦୁଇହଜାର ଟଙ୍କାର ପ୍ରୋତ୍ସାହନ ରାଶିଧରି ଘରକୁ ଯାଆନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମତେ କ୍ୱାରେଣ୍ଟାଇନରେ ରହିବା ସମୟରେ ଖାଇବା, ପିଇବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ଯଦି କିଏ ଅସୁସ୍ଥ ହୁଏ ତେବେ ସରକାର ତାଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବେ । ତେଣୁ ରାଜ୍ୟ ବାହାରେ ରହିଥିବା ସମସ୍ତ ଶ୍ରମଜିବୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବିଧାୟକ ଭାଗିରଥି ସେଠୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ