ସରକାରୀ ଅଧିକାରୀଙ୍କ ବଦଳରେ ସେଲ୍ସ ମ୍ୟାନ ବଣ୍ଟନ କରୁଛନ୍ତି ଭତ୍ତା,ହିତାଧିକାରୀ ଙ୍କୁ ମାଡ଼ ଅଭିଯୋଗ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଚମକ୍ ପୁର ଗ୍ରାମ ପଞ୍ଚାୟତ ରେ ଭତ୍ତା ଟଙ୍କା ମାଗିବାରୁ ଜଣେ ହିତାଧିକାରୀ ଙ୍କୁ ମାଡ଼ ମରା ଯାଇଥିବା ଜଣାପଡିଛି ।ଖବର ନେବାରୁ ଜଣାପଡିଛି ଯେ,ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ପଞ୍ଚାୟତରେ ମାସିକ ଭତ୍ତା ବଣ୍ଟନ କରା ଯାଉ ଥିଲା ।ଜଣେ ହିତାଧିକାରୀ ଚମକ୍ ପୁର ଗ୍ରାମର ଧବଳେଶ୍ଵର ନାଏକ ଦୁଇ ମାସର ଭତ୍ତା ମାଗିଥିଲେ ।ତେବେ ଦୁଇ ମାସର ଭତ୍ତା ନ ଦିଆଯିବାରୁ ଜିଦ୍ ଧରିଥିଲେ ।ଏହାକୁ କେନ୍ଦ୍ର କରି ସେଠାରେ ଭତ୍ତା ବଣ୍ଟନ କରୁଥିବା ଧିରେନ୍ ନାଏକ ନାମକ ସେଲସ ମ୍ୟାନ ତାଙ୍କୁ ଧକ୍କା ଦେବା ସହ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିବା ଧବଳେଶ୍ଵର ନାଏକ ଅଭିଯୋଗ କରି ଛନ୍ତି । ଏ ନେଇ ସେ ଥାନାରେ ଅଭିଯୋଗ କରିବେ କହିଥିଲେ ।ପ୍ରକାଶ ଯୋଗ୍ୟ କି,ସରକାର ଙ୍କ ବିଭିନ୍ନ ଭତ୍ତା ବଣ୍ଟନ କାର୍ଯ୍ୟ କେବଳ ପଞ୍ଚାୟତରେ ଥିବା ଦାୟିତ୍ବବାନ ଅଧିକାରୀ ଙ୍କୁ ଦିଆ ଯାଇଥାଏ ।ଏହାକୁ ସରକାର ପଞ୍ଚାୟତରେ ନିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ହିଁ ଅନୁମତି ଦେଇଛନ୍ତି ।ତେବେ ସରକାରୀ ଅର୍ଥ ର ବଣ୍ଟନ କାର୍ଯ୍ୟ ଜଣେ ସେଲସ୍ ମ୍ୟାନ ଦାୟିତ୍ୱରେ ଦିଆ ଯିବ କେତେ ଦୂର ଯଥାର୍ଥ ତାହା ଏହି ଘଟଣାରୁ ସ୍ପଷ୍ଟ ହେଇ ଯାଉଛି । ଯଦି ସରକାରୀ ଅଧିକାରୀ ଏହି ଭତ୍ତା ବଣ୍ଟନ ଦାୟିତ୍ଵ ରେ ଥିଲେ ଏପରି ଘଟଣା ଘଟି ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ପଞ୍ଚାୟତରେ ଥିବା ସେଲସ୍ ମ୍ୟାନ ଧିରେନ ମହାକୁଡ ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ହିତାଧିକାରୀ ଜଣକ ଦୁଇ ମାସର ଭତ୍ତା ମାଗିଥିଲେ ,ମାତ୍ର ଗୋଟିଏ ମାସର ଭତ୍ତା ଦିଆ ଯାଉଥିବା କହିବାରୁ ,ସେ ଖରାପ ଭାଷାରେ ଗାଳି ଗୁଲଜ କରିବାରୁ ତାଙ୍କୁ ଠେଲି ଦିଆ ଯାଇଥିଲା ।ତେବେ ମେ ମାସର ଭତ୍ତା ଦିଆ ଯାଉଥିବା ବେଳେ ଚଳିତ ଜୁନ ମାସର ଭତ୍ତା ସରକାରଙ୍କ ପକ୍ଷରୁ ଦିଆ ଯାଇ ନ ଥିବା ସେ କହିଥିଲେ ।ପଞ୍ଚାୟତରେ ନୂତନ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଯୋଗ ଦାନ ପରେ ତାଙ୍କୁ ହିଁ ଭତ୍ତା ବଣ୍ଟନ ଦାୟିତ୍ଵ ଦିଆ ଯାଇଥିବା ସେ କହିଥିଲେ ।


