ସରକାରୀ ଅର୍ଥ ଆତ୍ମସାତ : ଦୀର୍ଘ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ପକ୍ଷରୁ ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି ମାଣିତରା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର। ସେତେବେଳେ ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ଥିଲେ ଇଂ ମୋହନ ସାହୁ । ଶ୍ରୀ ସାହୁଙ୍କ ସମୟରେ ମାଣିତରା ର ଏହି ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବେଳଗୁଣ୍ଠାର ଜଣେ ବ୍ୟବସାୟୀ ପଣ୍ଡା ବାବୁଙ୍କୁ ଦିଆଯାଇଥିବା ଜଣାପଡିଛି । ପଣ୍ଡାବାବୁ ମାଣିତରାର ଏହି ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ପାଇଁ ଛାତ ସ୍ତର ପର୍ଯ୍ୟନ୍ତ କାମ କରି ଟଙ୍କା ଉଠାଇ ନେଇଛନ୍ତି । ତାପରେ ପଣ୍ଡାବାବୁ ସହକାରୀ ଯନ୍ତ୍ରୀଙ୍କୁ ଅନୁରୋଧ କରି ଏହି କାର୍ଯ୍ୟର ଛାତ ପକାଇବା ପାଇଁ ଓ ଘରକାମ ଶେଷ କରିବା ପାଇଁ ବ୍ଲକ ଅଫିସରୁ ସିମେଣ୍ଟ ଉଠାଇ ଆଣିଥିଲେ । ହେଲେ ପଣ୍ଡା ବାବୁ ମାଣିତରା ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଗୃହର ଛାତ ଓ ସମସ୍ତ କାମ ଶେଷ କରିବାକୁ ସିମେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ ମଧ୍ୟ ଗୃହ କାର୍ଯ୍ୟ ସମାପ୍ତ ନକରି ସିମେଣ୍ଟ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ କରିଥିବା ଅଭିଯୋଗ ହୋଇଥିଲା । ହେଲେ ରାଜନୈତିକ ବାହୁଛାୟା ତଳେ ପଣ୍ଡାବାବୁ ସୁରକ୍ଷିତ ରହିଥିବା ବେଳେ ମାଣିତରା ପ୍ରାଣୀଧନ ଚିକିତ୍ସା ଉପକେନ୍ଦ୍ର ନିର୍ମାଣ ନହୋଇ ବର୍ତ୍ତମାନ ଜଙ୍ଗଲରେ ପରିଣତ ହୋଇ ପଡିରହିଛି । ଏଣେ ପ୍ରାଣୀଧନ ସହାୟକ ମୁଣ୍ଡ ଗୁଞ୍ଜିବାକୁ ଜାଗାଖଣ୍ଡେ ମିଳୁନାହିଁ । ପଣ୍ଡାବାବୁ ଏହି କାର୍ଯ୍ୟପାଇଁ ସିମେଣ୍ଟ ଉଠାଇଥିଲେ ମଧ୍ୟ ପ୍ରାଣୀଧନ ଉପକେନ୍ଦ୍ରର ଗୃହର ଛାତ ନପକାଇ ଉଠାଇଥିବା ସିମେଣ୍ଟ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ଯୋଗୁଁ ସେହି କାର୍ଯ୍ୟର ଫାଇଲ ବ୍ଲକ ଅଫିସରୁ ଗାଏବ ହୋଇଥିବା ଶୁଣିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଏବଂ ଦୁର୍ନୀତି ନିବାରଣ ବିଭାଗ ଅଧିକ୍ଷକ ମହୋଦୟ ଏହି ବିଷୟ ନେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ