ସରକାରୀ ଅର୍ଥ ହଡପ କରି ସରପଞ୍ଚଙ୍କ ଦୁଇ ପଅ ଗିରଫ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ସରକାରୀ ଟଙ୍କା ଆତ୍ମସାତ ମାମଲା ରେ ଦୁଇ ଗିରଫ l ଉଭୟ ନୂଆପଡା ଜିଲ୍ଲା କୋମନା ଥାନା କୁରେଶ୍ଵର ପଞ୍ଚାୟତ ଉଦ୍ୟାନବନ୍ଧ ର ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ l ସତ୍ୟବ୍ରତ ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ର ପିଇଓ ହୋଇଥିବା ବେଳେ ତାଙ୍କ ମାଁ ବିଜୟ ଲକ୍ଷ୍ମୀ ବରାଳ କୁରେଶ୍ଵର ପଞ୍ଚାୟତ ର ସରପଞ୍ଚ। ତେବେ ସତ୍ୟବ୍ରତଙ୍କ ମାଁ ବିଜୟଲଷ୍ମୀ ବରାଳଙ୍କ କୁରେସ୍ୱର ପଂଚାୟତର ସରପଞ୍ଚ ଥିବା ଯୋଗୁଁ ସେହି ପଂଚାୟତର ପେଇଓ ଙ୍କ ସହିତ ମିଶି ପଂଚାୟତର ଉନ୍ନତି ପାଇ ଆସିଥିବା ଟଙ୍କା କୁ କାମ ନକରି ମିଥ୍ୟା ବିଲ କରିବା ସହ ୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା କୁରେଶ୍ଵର ପଞ୍ଚାୟତ ଆକାଉଣ୍ଟ ରୁ ଉଠାଇଥିଲେ l ଯେଉଁ ଟଙ୍କା ତିନି ମାଁ ପୁଅ ଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର ହୋଇଥିଲା l ନୂଆପଡା ଭିଜିଲାନ୍ସ ଟିମର ଅଭିଯୋଗ ପରେ ଭବାନୀପାଟଣା ଭିଜିଲାନ୍ସଟିମ ଅନୁସନ୍ଧାନ କରି କୁରେଶ୍ଵର ପଞ୍ଚାୟତ ରେ ଚଢ଼ାଉ କରିଥିଲା l ତଦନ୍ତରେ କୁରେଶ୍ୱର ପଞ୍ଚାୟତ ପିଇଓ ବରୁଣ ଦାସ ଏବଂ ସରପଞ୍ଚ ବିଜୟଲଷ୍ମୀ ବରାଳ ଙ୍କ ଜଏଣ୍ଟ ଦସ୍ତଖତ ରେ ବିନା କାମରେ ଟଙ୍କା ଉଠାଇ ପର୍ଯ୍ୟାୟ କ୍ରମେ ସରପଞ୍ଚ ଏବଂ ତାଙ୍କ ଦୁଇ ପୁଅଙ୍କ ଆକାଉଣ୍ଟ କୁ ଟଙ୍କା ଯାଇଥିବା ଜଣା ପଡିଥିଲା l ଭିଜିଲାନ୍ସ ବିଭାଗ ସରକାରୀ ଅର୍ଥ ଆତ୍ମସାତ ନେଇ ସ୍ପଷ୍ଟ ହେବାପରେ କୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଙ୍କ ଦୁଇପୁଅ ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଏହି ମାମଲାରେ କୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ବିଜୟ ଲକ୍ଷ୍ମୀ ବରାଳ ଓ ପିଇଓ ବରୁଣ ଦାସ ଙ୍କ ବିରୁଦ୍ଧରେ ଅଧିକ ତଦନ୍ତ ଚାଲିଛି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ