ସରକାରୀ ଅର୍ଥ ହେରଫେର ମାମଲାର ର ସର୍ଭିସ କୋ-ଅପରେଟିଭ ସୋସାଇଟି ର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ୩ ବର୍ଷ କାରାଦଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ଅର୍ଥ ହେରଫେର ମାମଲାର ବିଚାର କରି ବାଲେଶ୍ଵର ଭିଜିଲାନ୍ସ ଜଜ ଲଳିତ କୁମାର ଦାସ ଆଜି ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ସେକ୍ରେଟାରୀ ରସାଳପୁର ସର୍ଭିସ କୋ-ଅପରେଟିଭ ସୋସାଇଟି ର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସୂଚନା ମୁତାବକ ଶ୍ରୀ ନାୟକ ରସାଳପୁର ସର୍ଭିସ କୋ-ଅପରେଟିଭ ସୋସାଇଟି ର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୬ ଲକ୍ଷ ୧୫ ହାଜର ଟଙ୍କା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।ଏହି ମାମଲାର ବିଚାର କରି ଆଜି ମାନ୍ୟବର ଭିଜିଲାନ୍ସ ଜଜ ଶ୍ରୀ ଦାସ ଏହି ରାୟ ଶୁଣାଇଛନ୍ତି।ଶ୍ରୀ ନାୟକ ବର୍ତ୍ତମାନ୍ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି।