ସରକାରୀ ଆଇଟିଆଇରେ ଆପ୍ରେଂଟିସ ପାଖୱାଡ଼ା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):  ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ମଙ୍ଗଳବାର ଆପ୍ରେଂଟିସ ପାଖୱାଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଇଟିଆଇ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ର ଜେନେରାଲ ମ୍ୟାନେଜର ଗୌରୀମୋହନ ସିଂ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କର୍ମ ନିୟୋଜନ ସଂସ୍ଥା, ଛତ୍ରପୁରର ସହକାରୀ ଆଂଚଳିକ ନିର୍ଦ୍ଦେଶକ ଆର.ଏମ. ଖିଲାନା, କଙ୍କୋରଡ଼ା ଶ୍ରୀରାମ ଷ୍ଟିଲ୍ସର ପରିଚାଳକ ରବିନ୍ଦ୍ର ପଟ୍ଟନାୟକ, ଶେରଗଡ଼ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଉମାକାନ୍ତ ପଟ୍ଟନାୟକ, ବ୍ରହ୍ମପୁର ବିକାଶ ପ୍ଳାଷ୍ଟିକର ପରିଚାଳକ ଶୁଭ୍ରାଂଶୁ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଆପ୍ରେଂଟିସର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଆପ୍ରେଂଟିସ ବିଷୟଗତ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଆପ୍ରେଂଟିସ ଆଧାରିତ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ମୃତ୍ୟୁଂଜୟ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବିଜୟ ମଲ୍ଲ, , ପ୍ରଭାଷ ଚନ୍ଦ୍ର ଭୋଇ, ସଦାନନ୍ଦ ମହାଙ୍କୁଡ଼, କେ. ବାସୁଦେବ, ଜଗଦିଶ ବାଡ଼ତ୍ୟା, ଦିବ୍ୟପ୍ରତାପ ପାଢି, ଯୋଗେନ୍ଦ୍ର ସାହୁ, ଚନ୍ଦ୍ରକାନ୍ତ ଚାନ୍ଦୁଆ, ସନ୍ତୋଷ କୁମାର ସାହୁ ସୁବାଷ ଚନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ