ସରକାରୀ ଆଇଟିଆଇରେ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍‌/ ଶେଷଦେବ ସାହୁ): : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଗତ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମଶାଲ ଜାଳି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଓ ବିଡ଼ିଓ ପ୍ରସନ ୁକମାର ପାତ୍ର ଯୋଗଦେଇ ଶାରୀରିକ ଓ ମାନସିକ ସୁସ୍ଥତା ସକାଶେ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ୧୦୦ଓ ୨୦୦ ମିଟର ଦୌଡ଼, ଲମ୍ବ ନିଆଁ, ଉଚ୍ଚା ଡ଼ିଆଁ, ଡ଼ିସକସ ଥ୍ରୋ, ଜବଲିଙ୍ଗ ଥ୍ରୋ, ସ୍ଲୋ ସାଇକେଲ ଚାଳନା, ସଟଫୁଟ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବାଳିକା ବର୍ଗରେ ୧୦୦ ମିଟର ଦୌଡ଼ରେ କବିତା ସେଠ, ଲମ୍ବା ଡ଼ିଆଁରେ ସୁମିତ୍ରା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବର୍ଗରେ ଉଚ୍ଚା ଡ଼ିଆଁ, ଲମ୍ବା ଡ଼ିଆଁ ଓ ୨୦୦ମିଟର ଦୌଡ଼ ପ୍ରତିଯୋଗିତାରେ କାହ୍ନୁ ଚରଣ ସେଠି ପ୍ରଥମ ସ୍ଥାନ ଅଧିକାର କରିବା ସହ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଉଦଯାପନି ଉତ୍ସବରେ ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିଳ୍ପ ତାଲିମ ଅନୁଷ୍ଠାନ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଦିତ୍ୟ ଚରଣ ନାୟକ, ଶେଖର ସାହାଣୀ, ଚନ୍ଦ୍ରକାନ୍ତ ଚାନ୍ଦୁଆ, ମୃତ୍ୟୁଂଜୟ ପଟ୍ଟନାୟକ, ସୁଶାନ୍ତ କୁମାର ଡ଼ାକୁଆ, ଶୁଭ୍ରାଂଶୁ ବେହେରା, ଶଶାଙ୍କ ଶେଖର ସାହୁ, ପ୍ରଭାସ ଚନ୍ଦ୍ର ଭୋଇ, ସନ୍ତୋଷ କୁମାର ସାହୁ, ସୁବାଷ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ