ସରକାରୀ ଆଇଟିଆଇ ଉତ୍କର୍ଷ କେନ୍ଦ୍ର ଓ ଧାନ କ୍ଷେତ ବୁଲି ଦେଖିଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ୍ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଶିକ୍ଷାନବିଶଙ୍କ ସକାଶେ ବୁଗୁଡାପଲ୍ଲୀ ଗ୍ରାମ ନିକଟରେ ନିର୍ମାଣଧିନ ରହିଛି ଟାଓ୍ବାର ଉତ୍କର୍ଷ କେନ୍ଦ୍ର । ଷ୍ଟିଲ ଓଡ଼ିଆ ଆନୁକୁଲ୍ୟରେ ଏବଂ ଏଣ୍ଡ ଟି ସହାୟତାରେ ପ୍ରାୟ ୪.୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଉତ୍କର୍ଷ କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି କେନ୍ଦ୍ରରେ ସଂପୃକ୍ତ ଶିଳ୍ପ ତାଲିମ କେନ୍ଦ୍ରର ଶିକ୍ଷାନବିଶ ମାନଙ୍କୁ ସୁଉଚ୍ଚ ଟାଓ୍ବାର ସ୍ଥାପନ, ସଯୋଗୀକରଣ ଓ ମରାମତି ଆଦି ସଂକ୍ରାନ୍ତରେ ତାଲିକା ପ୍ରଦାନ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ ହେବେ । ଏହାକୁ ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଉତ୍କର୍ଷ କେନ୍ଦ୍ରକୁ ପରିଦର୍ଶନ କରି ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିଥିଲେ । ଏଥିସହ ବାତ୍ୟା ଜଓ୍ବାଦରେ ଧାନ ଫସଲ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ଆକଳନ ଲାଗି ନିକଟସ୍ଥ ଗ୍ରାମର ଧାନ କ୍ଷେତ ଗୁଡିକୁ ପରିଦର୍ଶନ କରିଥିଲେ । ସ୍ଥାନୀୟ ବ୍ଳକ ପୋଚିଲିମା – ବୁଗୁଡାପଲ୍ଲୀ ରାସ୍ତାର ଉଭୟ ପାର୍ଶ୍ବରେ ପଡିଯାଇଥିବା ନଷ୍ଟ ଧାନ ଫସଲ ଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ ସ୍ଥାନୀୟ କୃଷି ବିଭାଗର ଅଧିକାରୀଙ୍କ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ଆଇଟିଆଇ ଅଧ୍ୟକ୍ଷ ରାଜେଶ ତ୍ରିପାଠୀ, ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ବ୍ଳକ କୃଷି ଅଧିକାରୀ ଡ଼ଃ ବଳରାମ ସୁବୁଦ୍ଧି, ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ପୋଚିଲିମା ରାଜସ୍ବ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା, ପି ଜୟ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ମାନଙ୍କ ସହିତ କ୍ଷତିଗ୍ରସ୍ତ ଧାନ ଫସଲ ସମ୍ପର୍କରେ ଆଲୋଚନା କରିଥିଲେ ।