ସରକାରୀ ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

ଖଲ୍ଲିକୋଟ , (ସିଲୁ ବିଶ୍ଵାଳ): ଖଲ୍ଲିକୋଟସ୍ଥିତ ସରକାରୀ ଆଭାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀତାରାଣୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଗୋଷ୍ଠି ଶିକ୍ଷାଧିକାରୀ ମୁଖ୍ୟଅତିଥି ଭାବେ ଡ. ଅମ୍ରୀତା ପ୍ରୀତିନନ୍ଦା , ସମ୍ମାନିତ ଅତିଥି ଭାବେ ଏବିଇଓ ଶ୍ରୀଯୁକ୍ତ ମଙ୍ଗୁଳି ଯେନା , ଶ୍ରୀଯୁକ୍ତ ସୀମାଞ୍ଚଳ କାର୍ଜୀ ଏବଂ ପୂର୍ବତନ କାଉସିଲର୍ ଶ୍ରୀମତୀ ଶକୁନ୍ତଳା ବେହେରା , ଏସଏମସି ସଭାନେତ୍ରୀ ଶ୍ରୀମତୀ ପ୍ରତିମା ଖୁଣ୍ଟିଆ , ସିଆରସିସି ଶ୍ରୀ ଜୟକୃଷ୍ଣ ବାଲା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚ ପରିଚାଳନା ସହିତ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ପ୍ରେରଣା ଦାୟକ ଅଭିଭାଷଣରେ ଛାତ୍ରଛାତ୍ରୀ ଓ ଅଭିଭାବକ ବେଶ ଉତ୍ସାହିତ ହୋଇଥିଲେ । ପରି ଶେଷରେ ବିଦ୍ୟୁତ ପ୍ରଭା ଦାସ , କାର‌୍ୟ୍ୟକ୍ରମକୁ ସହଯୋଗ କରିଥିଲେ ସଂଜୁକ୍ତା କୁମାରୀ ପଟ୍ଟନାୟକ , ମଧୁସ୍ମିତା ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ