ସରକାରୀ ଉଚ୍ଚବିଦ୍ୟାଳୟ ଖଙ୍କିରାରେ ଅଭିଭାବକ ଶିକ୍ଷକ ବୈଠକ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଚତୁର୍ଥ ଅଭିଭାବକ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶପାଇଁ ରାଜ୍ୟସରକାରଙ୍କର ଏହା ଏକ ଅଭିନବ ପ୍ରୟାସ। ଏହି ବୈଠକରେ ପ୍ରଧାନଶିକ୍ଷୟତ୍ରୀ ସୁମତି ନାଏକ, ଲାଉଲଇକ୍ଳଷ୍ଟର ଅଧିକାରୀ ବୈକୁଣ୍ଠ ସେଠୀ, ଶିକ୍ଷକଶିବଶମ୍ବୁଜେନା, ପିତାମ୍ବର ଦଳାଇ ଶିକ୍ଷୟତ୍ରୀ ଅଂଜଳୀ ବ୍ରହ୍ମ,ସୁମିତ୍ରା ରାଉଳ, ସଂଘମିତ୍ରା ସାମଲ, ଆହୁତି ପଣ୍ଡିତ ଇସ୍ପିତା ସାହୁ ସମେତ ବିଦ୍ୟାଳୟ ପରିଚାଳନା ସଭାପତି ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଓ ବହୁ ଅଭିଭାବକ ଯୋଗଦାନ କରିଥିଲେ।ଅପାର ଆଇଡି ବିଷୟରେ ଆଲୋଚନା ସହିତସମାପ୍ତି ସୂଚକ ଆକଳନ ଓ ଅଭିଭାବକଙ୍କ ମତାମତ, ପରୀକ୍ଷା ସଂବଧିୟ ଯତ୍ନବାନ.ମାନସିକ ଚାପରୁ ମୁକ୍ତି, ପିଲାଙ୍କସହ ଅଭିଭାବକ ସମୟ କଟାଇବା, ବିଦ୍ୟାଳୟ ବାହାରେ ଥିବା ୬ରୁ ୧୪ ବର୍ଷ ପିଲାଙ୍କ ନାମ ଲିଖନ,ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନରେ ନାମଲେଖାଇବା, ପରୀକ୍ଷାପେଚର୍ଚ୍ଚାରେ ଛାତ୍ରଛାତ୍ରୀ ଅଭିଭାବକ ପଞ୍ଜିକରଣ, ବିଦ୍ୟାଳୟ ବିକାଶ ଯୋଜନା, ଅଭିଭାବକଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ବିଦ୍ୟାଳୟରେ ୨ଟି ପିଅନ ପଦବୀ ଓ କିରାଣୀପଦବୀ ସହ ପ୍ରାଥମିକ ଶିକ୍ଷକ ପଦବୀ ବିଷୟରେ ଶିକ୍ଷା ସମାଜସେବୀ ଅଶୋକ ପତି ଆଗତ କରିଥିଲେ। ନବମ ଓ ୧୦ମ ପିଲାଙ୍କୁ କେବେ ଡ୍ରେସ ମିଳିବ ବୋଲି ଆଲୋଚନା କରାଯାଇଥିଲା।