ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତ ଆଲପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଛି । ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାଶପତି ଦାଶ ମୁଖ୍ୟ ଅତିଥି, ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ ସେଠୀ ମୁଖ୍ୟ ବକ୍ତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁକୁନା ପ୍ରଧାନ , ସିଆରସିସି ଜିତେନ୍ଦ୍ରନାଥ ମହାନ୍ତି , ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଦାଶ ପ୍ରମୁଖ ସମ୍ମାନୀୟ ଅତିଥି ମଞ୍ଚାସୀନ ଥିଲେ ।ଏହି ଅବସରରେ ଅତିଥି ମାନେ ଉତ୍ତମ ଅଧ୍ୟୟନ ଓ କଠିନ ପରିଶ୍ରମ ସହ ପ୍ରତିଯୋଗିତା ମୂଳକ ମନୋଭାବ ପୋଷଣରେ ନିଜ ସ୍ବପ୍ନ ସାକାର କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । କ୍ରୀଡା ଓ ଅନ୍ୟାନ୍ୟ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାହୁଁ ଚରଣ ସାହୁ, ବୁଲୁ ନାହାକ, ପ୍ରକାଶ ଚନ୍ଦ୍ର ବେହେରା, ସୁରେଶ ଚନ୍ଦ୍ର ଦାଶ, ନିର୍ମଳ ଚନ୍ଦ୍ର। ମହାଲିଂଙ୍ଗ , ଲକ୍ଷ୍ମୀପ୍ରଭା ଗଜେନ୍ଦ୍ର, ଇପ୍ସିତା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥଲେ ।