ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ସରାକରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ମଦନ ସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଖଣ୍ଡିୟ ବନାଧିକାରୀ ବିଶ୍ୱରାଜ ପଣ୍ଡା ,ମୁଖୂବକ୍ତା ଭାବେ ବିଦ୍ୟାଳୟର ୧୯୮୩ ବ୍ୟାଚର ଛାତ୍ର ତଥା ଆଦିବାସୀ ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡ ବିଭୁତି ଭୁଷଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ଗୋଷ୍ଠିିଶିକ୍ଷାଅଧିକାରୀ ମହେଶ୍ୱର ମାଝୀ,ମୋ ସ୍କୁଲ ଅଭିଯାନର ସଭାପତି ଡା ବିଚିତ୍ରା ନନ୍ଦ ଆଚାର୍ଯ୍ୟର୍,ବିଦ୍ୟାଳୟ ପରିଚାଳନା ସଭାପତି ସୁର୍ଯ୍ୟସାହୁ ପ୍ରମୁଖ ମଂଚାସୀନ ଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ଡ ବିଚିତ୍ରା ନନ୍ଦ ଆଚାର୍ଯ୍ୟ ବିଦୟାଳୟର ଉନ୍ନତି ନିମନ୍ତେ ଦଶହଜାର ଟଙ୍କା ପ୍ରଦାନ କରିଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗିତ ପରିବେଷଣ କରିଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟ କରାଯାଇଥିଲା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା