ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ରମ୍ଭା, (ମିଥୁନ ବାରିକ୍):ଗଂଜାମ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଦିବାସୀ ଭାଷା ଓ ସଂସ୍କୃତି ଏକାଡୋମି ଏବଂ ଅନୁସୂଚିତ ଜାତି,ଜନଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବିଭାଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ପ୍ରଥମିକ ସ୍ତରରେ ଶିକ୍ଷାର୍ଥୀଙ୍କୁ ବୁଝିବା ପାଇଁ ସେମାନଙ୍କ ଭାଷା ସମସ୍ୟା ଦୂର କରି ପାଠ୍ୟପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ସମ୍ପର୍କରେ ଶିବିରରେ ଆଲୋଚନା କରାଯାଇଥିଲା l ପ୍ରଧାନଶିକ୍ଷକ ଅଶୋକ କୁମାର ପାଢ଼ୀଙ୍କ ସଂଯୋଜନାରେ ଏକାଡୋମୀର ବରିଷ୍ଠ ଗବେଷଣା ସାହାୟିକା ଡ଼. ସଂଯୁକ୍ତା ମହାରଣା ଯୋଗଦେଇ ପ୍ରଶିକ୍ଷଣର ଉଦେଶ୍ୟ ଓ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରେଶଚନ୍ଦ୍ର ଜିତବାବୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ ଅତିଥି ଭାବେ ଯୋଗଦେଇଥିଲେ l