ସରକାରୀ ଉଚ୍ଚ ବିଦ୍ୟାଳୟ ହୁମା ଠାରେ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ହୁମା, (ମିଥୁନ ବାରିକ୍):ଗଂଜାମ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ହୁମା ପରିସରରେ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି l ଆଦିବାସୀ ଭାଷା ଓ ସଂସ୍କୃତି ଏକାଡୋମି ଏବଂ ଅନୁସୂଚିତ ଜାତି,ଜନଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବିଭାଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା lଏହି ଶିବିର ର ଅନ୍ତିମ ଦିବସରେ ଅନ୍ତିମ ଅଧିବେଶନ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଜିତ୍ ବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦେବ ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ସମସ୍ତ ଯୋଗଦାନ କାରୀଙ୍କ ଠାରୁ ପ୍ରଶିକ୍ଷଣ ର ସଫଳତା ସମ୍ପ୍ରକ୍ ରେ ପଚାରି ବୁଝିଥିଲେ । ଏବଂ ଶିବିର ର ପ୍ରକୃତ୍ୟ ଉଦ୍ଦେଶ୍ୟ ଯେପରି ଭାବେ ସାଧିତ ହୋଇପାରିବ ସେଥିପାଇଁ ସମସ୍ତେ ଯତ୍ନ ବାନ୍ ହେବାକୁ ପରାମର୍ଶ ଦେଇଥିଲେ । ସର୍ବ ଶେଷରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଭବନରେ ସଦସ୍ୟ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଙ୍କ ମାର୍ଗ ଦର୍ଶନ ଏବଂ ଏକାଡେମୀ ର ବରିଷ୍ଠ ଗବେଷଣା ସହାୟିକା ଡା ସଂଯୁକ୍ତା ମହାରଣା ଙ୍କ ତତ୍ତ୍ଵାବଧାନରେ ପ୍ରସିକ୍ଷତ୍ରୀଙ୍କ ଲିଖିତ “ଭାଷା ମାଧୂର୍ଯ୍ୟ” ଏବଂ ଛାତ୍ର ଛାତ୍ରୀଙ୍କ ଉଜ୍ୟଳ ଭବିଷ୍ୟତ ପାଇଁ FLN – TLM ଉପଯୋଗୀ ଶିକ୍ଷଣ ପୁସ୍ତିକାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ହୂମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ