ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦର୍ଲାବେଡାର ଅନନ୍ୟ ସଫଳତା
ଚିତ୍ରକୋଣ୍ଡା,(ବିମଳ କିଶୋର ମିଶ୍ର): ଜିଲ୍ଲା ସ୍ତରୀୟ ସୁରଭି ଓ ଦର୍ଲାବେଡାସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର 14 ଜଣ ଛାତ୍ର/ଛାତ୍ରୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାଙ୍କୁ ମନୋନୀତ ହୋଇଥିଲେ l ଆଜି ଏହି ପିଲାମାନେ ଜିଲ୍ଲା ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେମାନଙ୍କ ମଧ୍ୟରୁ ଚାରିଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେପିଲା ସୁନାଧର ଖେମୁଡୁ +2 ପ୍ରଥମବର୍ଷ କଳା ଛାତ୍ର ବିତର୍କ ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ପାଇଛି l ଏହା ବିଦ୍ୟାଳୟ ତଥା ସ୍ୱାଭିମାନ ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଛି l ଅନ୍ୟମାନଙ୍କ ମଧ୍ୟରେ ଡଲି ପାଙ୍ଗି ସଂଗୀତ ପ୍ରତିଯୋଗିତାରେ ଦ୍ଵିତୀୟ, ଜ୍ୟୋତି ହନ୍ତାଳ ପ୍ରବନ୍ଧ ଲିଖନରେ ଦ୍ଵିତୀୟ ଏବଂ ଶୁକଦେବ ଗୋଲରୀ ସୃଜନଶୀଳ ଲିଖନରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି l ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କର ଏହା ପୋଷ୍ୟବିଦ୍ୟାଳୟ ଦୃଷ୍ଟିରୁ ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓ ଅଧ୍ୟାପକ ଦିଲ୍ଲୀପ କୁମାର ଓଝା, ଭୁଜ ହନ୍ତାଳ, ଶ୍ୟାମ ମୁଦୁଲି, ନୀଳବତୀ ଭତ୍ରା ତଥା ଶିକ୍ଷକ ଅରୁଣ କୁମାର ସାହୁ, ବାବୁଲି ଦିଶାରୀ, ତେଜ ଦାସ ପଙ୍କା, ଜୟ ଶଙ୍କର ମାଝୀଙ୍କ ସହାୟତାରେ ହିଁ ପିଲାମାନଙ୍କୁ ଏଭଳି ଏକ ଅନନ୍ୟ ସଫଳତା ମିଳିପାରିଛି l ପ୍ରଥମଥର ପାଇଁ ସ୍ୱାଭିମାନ ଅଞ୍ଚଳର ପିଲାମାନେ ଜିଲ୍ଲାସ୍ତରରୁ ରାଜ୍ୟ ସ୍ତରକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ଏହା ସମଗ୍ର ଅଂଚଳବାସୀଙ୍କୁ ଆନନ୍ଦିତ କରିଛି l