ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିପଦର ଗ୍ରାମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରୁନା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋମବାର ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ପ୍ରଥମ ଥର ପାଇଁ ବୋରିପଦର ଗ୍ରାମକୁ ଆସିଥିବାରୁ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ ଙ୍କ ନେତୃତ୍ୱରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ କୈାଣସି ବିଧାୟକ ଏହି ବିଦ୍ୟାଳୟରେ ପୂର୍ବରୁ ପାଦ ରଖିନଥିଲେ। ବିଧାୟକ ରୂପେ ପ୍ରଥମ ଥର ବିଦ୍ୟାଳୟକୁ ଆସି ସମସ୍ୟା ପଚାରି ବୁଝିବାରୁ ବିଦ୍ୟାଳୟ କମିଟି ସଦସ୍ୟବୃନ୍ଦ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆୟୋଜିତ ବାର୍ଷିକୋତ୍ସବ ରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟବକ୍ତା , କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼, ଗଡଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ରହ୍ମପୁର ଲାୟନ୍ସ କ୍ଳବ ସଭାପତି ସଙ୍ଗୀତା ବାବୁ , ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା କବି, ସାମାଜିକ କର୍ମୀ ଅରୁଣ ଗୈାଡ , ବାପି ପ୍ରଧାନ,କିଶୋର ସାହୁ, ଭୀଷ୍ମଗିରୀ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ ନାୟକ , ନିମଖଣ୍ଡିପେଣ୍ଠ ହାଇସ୍କୁଲ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପଟ୍ଟନାୟକ , ତଲାସିଙ୍ଗି ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଦୀପ ପଣ୍ଡା , ସିଆରସିସି ମନୋଜ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଜାତୀୟ ଶିକ୍ଷାନୀତି ପାଠ୍ୟକ୍ରମ ଆଧାରରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ , ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅନୁଶାସନ ଦ୍ଵାରା ଛାତ୍ରଛାତ୍ରୀଙ୍କ ସଫଳତା , ପ୍ଲାଷ୍ଟିକ ବର୍ଜନ ଏବଂ ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ବିଧାୟକ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ବିଦ୍ୟାଳୟର ଉନ୍ନତିକରଣ ସକାଶେ ରାଜ୍ୟସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ସେ କହିଥିଲେ । ପରିଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାଜସେବୀ ଉମାକାନ୍ତ ସାହୁ , ଲକ୍ଷ୍ମଣ ଗୈାଡ , କେଶବ ଗୈାଡ , ସିମାଞ୍ଚଳ ଗୈାଡ , ବିଶ୍ବନାଥ ଗୈାଡ ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


