ସରକାରୀ ଓ ବେସରକାରୀ ରୁଟ ପରିମିଟ ସମୟ ନିର୍ଘଣ୍ଟରେ ତାଳ ମେଳ ରହୁନି ଅସନ୍ତୋଷ ବୃଦ୍ଧି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ଘରୋଇ ବସ୍ ଚଳାଚଳ ପାଇଁ ରୁଟ୍ ପରମିଟ ଦେଇଛି ସ୍ଥାନୀୟ ଆଞ୍ଚଳିକ ପରିବହନ ବିଭାଗ। ହେଲେ ରୁଟରେ ପୁଣି ବସ ଚଳାଚଳ ପାଇଁ ଅନୁମତି ଦେଉଛି ରାଜ୍ୟ ସଡ଼କ ପରିବହନ ସଂସ୍ଥା। ଏଥି ଯୋଗୁ ପୂର୍ବରୁ ରୁଟରେ ଚଳାଚଳ କରୁଥିବା ବସ୍‌ରେ ଯାତ୍ରୀ ହେଉ ନାହାନ୍ତି। ଆଉ ମାଲିକ କ୍ଷତି ସହୁଛନ୍ତି। ରୁଟ ପରମିଟ ଦେବାରେ ତାଳମେଳ ରହୁ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।ଏହାକୁ ନେଇ ଘରୋଇ ବସ ମାଲିକ ସଂଘ ଅସନ୍ତୋଷ ବ୍ୟକ୍ତ କରିଛି।ଫୁଲବାଣୀ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଏନେଇ ଏକ ଜରୁରୀ ବୈଠକ ବସିଥିଲା। ବରାଳଦେବୀ ନାମକ ଏକ ବସ ବାଲିଗୁଡାରୁ ବ୍ରହ୍ମପୁର ଚଳାଚଳ କରୁଛି। କିନ୍ତୁ ଏବେ ଏହା କୋଟଗଡ଼କୁ ଚଳାଚଳ କରିବା ଆରମ୍ଭ କରିଛି। ମାଲିକଙ୍କୁ ଯୋଗାଯୋଗ କରିବାରେ ରାଜ୍ୟ ସଡକ ପରିବହନ ସଂସ୍ଥା ରୁଟ୍ ପରମିଟ ଦେଇଥିବା କଥା କହିଛନ୍ତି। ଆଜି ଏନେଇ ମାଲିକଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ହେଲେ ସେ ଅନୁପସ୍ଥିତ ଥିବା ବେଳେ ଜଣେ ପ୍ରତିନିଧିଙ୍କୁ ପଠାଇଥିଲେ। ପୂର୍ବଭଳି ବାଲିଗୁଡ଼ାରୁ ବ୍ରହ୍ମପୁର ବସ ଚଳାଚଳ କରୁ। ହେଲେ କୋଟଗଡ଼କୁ ବସ୍ ନ ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା। ପ୍ରତିନିଧି ଏନେଇ ମାଲିକଙ୍କୁ ଅବଗତ କରାଇ ୭ ଦିନ ମଧ୍ୟରେ ଜଣାଇବାକୁ କହିଥିଲେ। ଫୁଲବାଣୀ ଘରୋଇ ବସ ମାଲିକ ସଂଘର ସଭାପତି ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ ଏବଂ ଜିଲ୍ଲାର ଅନ୍ୟ ବସ ମାଲିକ ଲୋକନାଥ ପାଢ଼ୀ, ସଚ୍ଚି ପାତ୍ର, ମନୋଜ ପଣ୍ଡା, ପଞ୍ଚାନନ ସାହୁ, ରବୀନ୍ଦ୍ର କୁମାର ସାହୁ, ମାନସ ପ୍ରଧାନ ଓ ସରୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ