ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଭିଯୋଗ
ତିର୍ତ୍ତୋଲ,(ଯୁଗାବ୍ଦ ନ୍ୟୁଜ୍) : ଗରିବ କଚ୍ଚା ଘରେ ରହୁଥିବା ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ ପକ୍ଷରୁ ଗୃହ ଯୋଗାଇ ଦିଆଯାଉଥିବାବେଳେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ଧନୀକ ଶ୍ରେଣୀର ଲୋକ ଏହି ଯୋଜନାରେ ଗୃହ ହାତେଇନେଇଥିବା ଗ୍ରାମ୍ୟ ଉନ୍ନୟନ୍ନ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ ହୋଇଛି । ଗୋପାଳପୁର ଗ୍ରାମର ପ୍ରଫୁଲ୍ଲ କୁମାର ସ୍ୱାଇଁ, ପ୍ରଦୀପ କୁମାର ସ୍ୱାଇଁ ପି-ସାଧୁଚରଣ ସ୍ୱାଇଁଙ୍କ ଦୁଇ ମହଲା ବିଶିଷ୍ଟ ଘର ଥିବାବେଳେ ତାଙ୍କ ପରିବାରକୁ ଏହି ଯୋଜନାରେ ଗୃହ ପ୍ରଦାନ କରାଯାଇଛି । ପୂର୍ବରୁ ସାଧୁଚରଣ ସ୍ୱାଇଁଙ୍କ ପତ୍ନୀ ସାରଲତା ଦେଇ ମଧ୍ୟ ଇନ୍ଦିରା ଆବାସ ଯୋଜନାରେ ପକ୍କାଘର ପାଇଥିଲେ । ସେହିପରି ସେହି ଗ୍ରାମର ଦୁଇ ମହଲା ଘର ଥିବା ଗ୍ରାମର ନିମାଁଇ ଚରଣ ନାୟକଙ୍କ ପିତା ମହେଶ୍ୱର ନାୟକ ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିବାବେଳେ ନିମାଁଇ ଚରଣଙ୍କୁ ପ୍ରଧାନମନ୍ତ୍ରୀ ଯୋଜନାରେ ଗୃହ ପ୍ରଦାନ କରାଯାଇଥିବା ଅଭିଯୋଗ କରାଯାଇଛି । ପଞ୍ଚାୟତ କାର୍ଯ୍ୟନିବାହି ଅଧିକାରୀ ହିମାଂଶୁ ଭୂଷଣ ନାୟକ ଚଞ୍ଚକତା କରି ଗୃହ ପ୍ରଦାନ କରିଥିବାନେଇ ଅଭିଯୋଗରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଅଭିଯୋଗ ପରେ ଗ୍ରାମ୍ୟଉନ୍ନୟନ୍ନ ପ୍ରକଳ୍ପ ନିଦେର୍ଶକଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ପ୍ରକଳ୍ପ ନିଦେର୍ଶକ ଗୋପାଳପୁର ଗ୍ରାମକୁ ଯାଇ ତଦନ୍ତ କରି ଫେରି ଥିବା ଜଣାପଡିଛି ।


