ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ଚଢାଉ ବନ୍ଦ କର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନ୍‌ସ ପାର୍ଟି ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ବୈଠକ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିଶା ଓ ଦୁର୍ନୀତି ନିକଟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିଜୁ ଜନତା ଦଳ ସରକାର ଆତ୍ମ ସମର୍ପଣ କରିଥିବାରୁ ତାହାର ଦୃଢ ନିନ୍ଦା କରାଯାଇଛି । କୋଟି କୋଟି କଳା ଟଙ୍କାର କଳାଧନର ମାଲିକ ସାଜିଥିବା ନେତାମାନଙ୍କ ଉପରେ ଭିଜିଲାନ୍ସ ଚଢାଉ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସରକାରକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ଆହ୍ୱାନ ଦେଇଛି । ନେତାମାନଙ୍କ ଉପରେ ଭିଜିଲାନ୍ସ ଚଢାଉ ନକଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ନିଶ୍ଚିହ୍ନ କରିଦିଆଯିବ ଏବଂ ନବୀନ ପଟ୍ଟନାୟକ ଏକ କାଗଜ ବାଘ ବୋଲି ପ୍ରମାଣିତ କରାଯିବ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ