ସରକାରୀ କର୍ମଚାରୀ ଫଳକ ରାଜନୀତି ଠାରୁ ଉର୍ଦ୍ଧରେ ରହି ଗୋପ ଅଞ୍ଚକ ବାସୀଙ୍କ ପାଇଁ କାର୍ଯ୍ୟ କରନ୍ତୁ : ବିପ୍ଲବୀ ସଂଗଠନ 

ଗୋପ,(ୱାଏନଏସ):ପୁରୀ ଜିଲ୍ଲାର ଅନ୍ତର୍ଗତ ଗୋପ ବ୍ଲକଟି ସଦାସର୍ବଦା କୌଣସି କାରଣକୁ ନେଇ ଚର୍ଚିତ ରହିଥିଵା ଦେଖିବାକୁ ମିଳିଛି l ଏବେ ସମଗ୍ର ରାଜ୍ୟରେ ଚର୍ଚିତ ହୋଇଛି ଗୋପ ବ୍ଲକ l ଏହାର ମୁଖ୍ୟ କାରଣ ଟି ହେଲା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ କିଛି ନା କିଛି ଘଟୁଛି ପ୍ରତିଦିନ l ତାହା ସରକାରୀ ସ୍ତରରେ ହେଉ କୀ ବେସରକାରୀ ସ୍ତରରେ ହେଉ କିମ୍ବା ବିରୋଧୀଙ୍କ ପାଇଁ ହେଉ ସବୁବେଳେ ଚର୍ଚିତ ରହିଥାଏ ଗୋପ ବ୍ଲକ l ଗତ 30 ତାରିଖରେ ଶ୍ରୀମତୀ ପରିଡାଙ୍କର ଗୋପ ଗସ୍ତ ପୂର୍ବରୁ ଗୋପ ବ୍ଲକ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଘଟିଥିଲା ଯୁଦ୍ଧ l ଘଟଣାଟି ହେଲା ଗତ 06/03/2024 ରିଖରେ ଗୋପ ପଞ୍ଚାୟତ ସମିତିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ସମୟରେ ବ୍ୟବହାର ହୋଇଥିବା ନାମ ଫଳକରେ ଥୁବା ବ୍ୟକ୍ତି ବିଶେଷ ମାନେ ହେଲେ କାକଟପୁରର ବିଧାୟକ ତଥା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ନିମାପଡା ବିଧାୟକ ତଥା ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ବିଡିଓ ଛବିରାଣୀ ସାହୁ ଓ 31 ଗୋଟି ପଞ୍ଚାତର ସମସ୍ତ ସମିତି ସଭ୍ୟ/ସଭ୍ୟାଙ୍କ ନାମ ରହିଥିବା ସ୍ଥଳେ ପୁନଃ ଗତ 30 ତାରିଖରେ ଏକ ଗୃହକୁ ଭିଡିଓ କମ୍ଫରେନ୍ସ ହଲ ନାମରେ ଉଦ୍ଘାଟନ କରିବା ପୂର୍ବରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ l ନୂତନ ଫଳକରେ କେବଳ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ୩ଟି ବିଭାଗର ନାମ ଲେଖା ଥିବା ଫଳକଟି ଗୃହ କାନ୍ଥରେ ମାରିଥିଲେ l ଉକ୍ତ ଫଳକଟି ଗତ କାଲି କୌଣସି କାରଣ ବଶତଃ ଗଳିପଡିଥିଲା l ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ଗୋପ ବ୍ଲକରେ ନୂତନ କାର୍ଯ୍ୟାଳୟ ଗତ ମାର୍ଚ୍ଚ ମାସରେ ଉଦ୍ଘାଟନ ହୋଇଥିବା ସ୍ଥଳେ ପୁନଃ ଏକ ଗୃହକୁ ଫଳକ ମାରି ଉଦ୍ଘାଟନ କରିବାର ମାନେ କଣ ହୋଇପାରେ ?, ଦୀର୍ଘ 5 ଦିନ ଧରି କଲମ ଛାଡ଼ ଆନ୍ଦୋଳନ ଯୋଗୁ ଗୋପ ବ୍ଲକ ବାସୀ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହେଲେ ସେଥିପାଇଁ କିଏ ଦାୟୀ ରହିବ l ଏଥିପାଇଁ ଗୋପ ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ବିପ୍ଲବୀ ଯୁବ ସଂଗଠନ ସଭାପତି ଚନ୍ଦ୍ରକାନ୍ତ ସାହୁ ଆନ୍ଦୋଳନକାରୀ କର୍ମୀଚାରିଙ୍କୁ ଚେତାବନୀ ଦେଇଛନ୍ତି l ତୁରନ୍ତ ଆନ୍ଦୋଳନକୁ ବନ୍ଦ କରି ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନକାରୀଙ୍କୁ କାଳି ମାଡ଼ କରାଯିବ ପାଇଁ ଚେତାବନୀ ଦେଇଛନ୍ତି l ସାଧାରଣ ଜନତାଙ୍କ ଟ୍ୟାକ୍ସ ପଇସାରେ ସରକାରୀ କର୍ମଚାରୀ ମାସିକ ବେତନ ପାଉଥିବା ସ୍ଥଳେ ସାଧାରଣ ଜନତାଙ୍କୁ ସେବା ଦେବା ପରିବର୍ତ୍ତେ ଅସୁବିଧାରେ କାହିଁକି ପକାଉଛନ୍ତି l ସରକାରୀ ଅଧିନିୟମ ଅନୁଯାୟୀ କାର୍ଯ୍ୟ ବନ୍ଦ ତ ଧରମା ବି ବନ୍ଦ ହେଵ କଥା, କିନ୍ତୁ ଏଠି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି l ସମ୍ବାଦ ସଂଗ୍ରହ ସୁଦ୍ଧା କୌଣସି ପ୍ରକାର ସମାଧାନର ରାସ୍ତା ବାହାରିନଥିବାଜଣାପଡିଛି l ଶୁଣିବାକୁ ମିଳୁଛି ଭାଙ୍ଗିଯାଇଥିବା ଫଳକ ସ୍ଥାନରେ ନୂତନ ଫଳକ ମାରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମସୁଧା ହେଉଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଗୋପ ବ୍ଲକ ପ୍ରଶାସନଙ୍କୁ ଜଣାଇଥିବା କଥା ଶୁଣିବାକୁ ମିଳୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ