ପାଟକୁରା ରେ ଖୋଲାଖୋଲି ବଣ୍ଟା ଚାଲିଛି ଟଙ୍କା ଅଭିଯୋଗ ଆଣିଲା ବିଜେପି
(ଯୁଗାବ୍ଦ ନ୍ୟୁଜ) ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୌତି ଦଳ ବିଜେପି,ବିଜେଡି,କଂଗ୍ରେସ ସମସ୍ତେ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଆଉ ଭୋଟର ମାନେ ତାଙ୍କ ପଟକୁ କିଭଳି ଭାବେ ଆକୃଷ୍ଟ ହେବେ ସେ ନେଇ ଋଣ କୈ ।ଶଳ ପ୍ରସ୍ତୁତ କରୁଛନ୍ତି ବିଜେପିର ଭେଟରାନ ନେତା ବିଜୟ ମହାପାତ୍ର । ଅନ୍ୟପଟେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛି । ଦଳ କହ୍ିଛି ପାଟକୁରାରେ ବିଜେଡି ଅସହିଷ୍ଣୁ ହୋଇପଡି ପାଟକୁରା ର ଜନ ସାଧାରଣ କୁ ଆକୃଷ୍ଟ କରିବା ପାଇଁ ଟଙ୍କା ବାଣ୍ଟିବା ସହ ସରକାରୀ କ୍ଷମତା ର ଅପବ୍ୟବହାର କରୁଛି । ଏହା ଉପରେ ତୁରନ୍ତ ପଦକ୍ଷପ ନେବାକୁ ବିଜେପି ର ବରିଷ୍ଠ ନେତା ମାନେ ଅନୁରୋଧ କରିଛନ୍ତି ।


