ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମହିଳା ଜନପ୍ରତିନିଧିଙ୍କ ସମ୍ପର୍କୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବିଜୁ ବାବୁଙ୍କ ଦ୍ୱାରା ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ସହିତ ମହିଳା ସଶକ୍ତିକରଣକୁ ଶୀର୍ଷ ନିର୍ଣ୍ଣାୟକ ଦେଇ ରାଜ୍ୟ ସରକାର ଦେଶର ଉଦାହରଣ ସୃଷ୍ଟି କରିଛନ୍ତି । ମାତ୍ର ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ସମୟରେ କେତେକ ସ୍ଥାନରେ ମହିଳାଙ୍କ ପାଇଁ ସଂରକ୍ଷିତ ୱାର୍ଡ ସଭ୍ୟା ଠାରୁ ଜିଲା ପରିଷଦ ସଭ୍ୟା ପର୍ଯ୍ୟନ୍ତ ଉପଯୁକ୍ତ ପ୍ରାର୍ଥୀ ଦିଆନଯାଇ ପୁରୁଷ ନେତୃତ୍ୱ ଥିବା ପରିବାରରୁ ମହିଳା ପ୍ରାର୍ଥୀ ହେଉଥିବା ଦେଖାଯାଉଛି । ସେହିଭଳି ମହିଳା ପ୍ରାର୍ଥୀ ନିର୍ବାଚିତ ହେବା ପରେ ସେମାନଙ୍କ ସଂପର୍କୀୟ ମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । କେତେକ ମହିଳା ସରପଞ୍ଚ, ସମିତିସଭ୍ୟା ଓ ୱାର୍ଡ ସଭ୍ୟା ମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ପରାକାଷ୍ଠା ଦେଖାଉଥିବା ବେଳେ ଅନେକ ମହିଳା ସରପଞ୍ଚ, ସମିତିସଭ୍ୟା ଓ ୱାର୍ଡ ସଭ୍ୟା ମାନେ ଅନୁପସ୍ଥିତ ରହୁଛନ୍ତି । ପରିବାରର ସଂପର୍କୀୟ ମାନେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ ପ୍ରତିନିଧିତ୍ୱ ବ୍ୟବସ୍ଥା ନାହିଁ । ପ୍ରଶାସନ ଏସବୁକୁ ଅନୁମତି ଦେଇ ବିଜୁବାବୁଙ୍କ ସ୍ୱପ୍ନ ଓ ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ ଆଭିମୁଖ୍ୟକୁ ବାଟବଣା କରୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ