ସରକାରୀ କୃଷି ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ କୃଷି ମହାବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟିର ୧୦ମ ବୈଠକ ଲୋକନାଥ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ଡ. କେଶବ ଚରଣ ପଣ୍ଡା ଗତ ୨୨ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ କମିଟି ତରଫରୁ ଦିଆଯାଇଥିବା ଚିଠିକୁ ପାଠ କରିଥିଲେ । ଗତ ଚାରିମାସ ମଧ୍ୟରେ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଭିନ୍ନ ସାମାଜିକ ସଂଗଠନଙ୍କ ପକ୍ଷରୁ ରାଜ୍ୟ ସରକାରକୁ ଦିଆଯାଇଥିବା ଦାବିପତ୍ରଏବଂ ଜିଲ୍ଲାର ବିଧାୟକଙ୍କୁ ଦିଆଯାଇଥିବା ଦାବିପତ୍ର ସମ୍ପର୍କରେ ସେ ସୂଚନା ଦେଇଥିଲେ । ଗତ ବିଧାନସଭା ଅଧିବେଶନ ସମୟରେ ନୀଳଗିରିର ବିଧାୟକ ମଧ୍ୟ ଏହି ଦାବି ସଂପର୍କରେ ଲିଖିତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟ ସରକାର ଏହି ଦାବିକୁ ଗ୍ରହଣ କରି କୃଷି ଓ କୃଷକର ସ୍ୱାର୍ଥ ରକ୍ଷା କରିବେ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ବିଧାନସଭାର ଆସନ୍ତା ବଜେଟ୍ ଅଧିବେଶନ ସମୟରେ ଭୁବନେଶ୍ୱରରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏହି ବୈଠକରେ ପ୍ରବୋଧ କୁମାର ପାତ୍ର, କ୍ଷିତୀଶ୍ୱର ଦାଶ, ରବିନାରାୟଣ ଭୋଳ, ଅଭୟ ଚନ୍ଦ୍ର ମିଶ୍ର, ବିଜୟ କୁମାର ଦାସ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ପ୍ରଧାନ, ସପନ ମହାପାତ୍ର, ଅପର୍ଣ୍ଣା ମହାପାତ୍ର ଓ ସୀତାରାମ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଇଂ. ବନମାଳୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ