ସରକାରୀ ଚାକିରିଆ ଏବଂ ଆୟକରଦାତାଙ୍କ ନାଁରେ ରାସନ କାର୍ଡ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାରେ ରାସନକାର୍ଡ ହାତେଇଥିବା ସରକାରୀ ଚାକିରିଆଙ୍କ ପରେ ଏବେ ଆୟକରଦାତାଙ୍କ ତାଲିକା ପହଞ୍ଚିଛି ଯୋଗାଣ ବିଭାଗ ନିକଟରେ । ଏଥିରେ ମଧ୍ୟ ବହୁ ବଡ଼ବଡ଼ିଆ ଓ ସ୍ୱଚ୍ଛଳ ବର୍ଗର ଲୋକେ ରାସନ କାର୍ଡ ହାତେଇ ଚାଉଳ ଉଠାଇ ନେଉଥିଲେ। ଯାହାକି ପ୍ରକୃତ ଗରିବ ଖଟିଖିଆ କୁ ଚାଉଳ ମିଳୁ ନଥିଲା। ସରକାର ଜିଲ୍ଲାରେ ୬ ହଜାର ୬୯୩ ପରିବାର ସଦସ୍ୟଙ୍କ ପାଇଁ ପ୍ରତିବର୍ଷ ୪ ଲକ୍ଷ ୧ ହଜାର ୮୦ କୁଇଣ୍ଟାଲ ଚାଉଳ ଯୋଗାଇ ଦେଉଥିଲେ । ସରକାରୀ ଚାକରିଆ ଓ ଆୟକରଦାତାଙ୍କୁ ମିଶାଇ ବାର୍ଷିକ ୬ ଲକ୍ଷ ୭୩ ହଜାର ୫୬୦ କୁଇଣ୍ଟାଲ ଚାଉଳ ଉଠାଉଥିଲେ। ଏଥିରେ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀ, ପୋଲିସ ଠାରୁ ଆରମ୍ଭ କରି ଶିକ୍ଷା, ରାଜସ୍ବ କର୍ମଚାରୀ ଓ ଆୟକର ଦେଇ ମଧ୍ୟ ହିତାଧିକାରୀ ଭାବେ ଚାଉଳ ନେଉଥିଲେ। ଜିଲ୍ଳାରେ ତାଲିକା ଅନୁସାରେ ୧୦୮୦ ଜଣ ଆୟକରଦାତା ଅଛନ୍ତି ।ପ୍ରତିବର୍ଷ ଜିଲ୍ଲାରେ ଆୟକରଦାତା ଓ ସରକାରୀ ଚାକିରିଆମାନେ ୬ ଲକ୍ଷ ୭୩ ହଜାର ୫୬୦ କୁଇଣ୍ଟାଲ ଚାଉଳ ଉଠାଉଥିଲେ। ସରକାର ଗରିବଙ୍କୁ ମାଗଣାରେ ଚାଉଳ ଦେବା ଲାଗି ୩୯ ଟଙ୍କା ୨୦ ପଇସା ହିସାବରେ ପ୍ରତିବର୍ଷ ଏ ବାବଦକୁ ୨୬ କୋଟି ୪୦ ଲକ୍ଷ ୩ ହଜାର ୫୫୨ ଟଙ୍କା ଅଯଥାରେ ଖର୍ଚ୍ଚ କରୁଥିଲେ। ଏବେ ସୁଧା ସରକାରୀ କର୍ମଚାରୀ ଓ ଆୟକରଦାତା ଚାଉଳ ବାବାଦକୁ କୋଟି କୋଟି ଟଙ୍କା ଖାଇଗଲେଣି। ତଥାପି ରାଜ୍ୟ ସରକାର କେବଳ ତାଲିକାରୁ ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ପଛରେ ପକାଇ ରାସନକାର୍ଡ ହାତେଇଥିବା ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗରିବ ହିତାଧିକାରୀମାନେ ଦାବି କରିଛନ୍ତି ।ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ କହିଛନ୍ତି ଯେ ବର୍ତ୍ତମାନ ସୁଧା ବିଭାଗ ପକ୍ଷରୁ ୧ ହଜାର ୬୫୮ ସରକାରୀ ଚାକିରିଆଙ୍କ ମଧ୍ୟରୁ ୩୮୭ ରେସନ୍‌କାର୍ଡ ତାଲିକାରୁ କଟାଯାଇଛି। ସେହିପରି ୧୦୮୦ ଆୟକାରଦାତାଙ୍କ ମଧ୍ୟରୁ ୯୦ଜଣଙ୍କ ରେସନ୍‌କାର୍ଡ କାଟି ଦିଆଯାଇଛି। ବଳକା ରେସନ୍‌କାର୍ଡରୁ ତାଲିକା କାଟିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ