ସରକାରୀ ଚିଠି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ହେବ : ସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତ ନଭେମ୍ବର ୪ ତାରିଖରୁ ୨୩ ଦିନ ଧରି ବିଧାନସଭା ଆଗରେ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ସମେତ ୫ ଦଫା ଦାବି ନେଇ ଚାଲିଛି ଆନ୍ଦୋଳନ । ଗତକାଲି ଏକ ବିଶାଳ ଆନ୍ଦୋଳନ ପରେ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଓ ପଦାଧିକାରୀଙ୍କ ସହିତ ତୃତୀୟ ଥର ଆଲୋଚନା ହୋଇଛି । ୫ ତଫା ଦାବିରୁ ୨ଟି ଦାବି ମାନିଛନ୍ତି ସରକାର । ସେହି ଅନୁସାରେ ସରକାରୀ ଚିଠି ମିଳିବା ପରେ ହିଁ ଆନ୍ଦୋଳନ ସ୍ଥଗିତ ରଖାଯିବ କି ନାହିଁ, ସେ ସମ୍ପର୍କରେ ଚିନ୍ତା କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସଂଘ ପ୍ରକାଶ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, କୁଳମଣି ମେଣ୍ଟା, ରବିନ୍ଦ୍ର ଗୌଡ଼, ହେମନ୍ତ ନାହାକ, କନକଲତା ଜେନା ଓ ଅନ୍ୟାନ୍ୟ ସଂଗଠକମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ବଲାଙ୍ଗୀର ଜିଲ୍ଲାର ଗାଁସାଥୀ ମଧୁ ଛତ୍ର୍ରି୍ରଆ ଆନ୍ଦୋଳନ ସମୟରେ ରାସ୍ତା କଡ଼ର ଏକ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାର ଶତୃଘ୍ନ ହୋତା ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ବହନ କରାଯିବାକୁ ସଂଘ ଦାବି କରିଛି । ଏଥି ସହିତ ଆଲୋଚନାର ନିଷ୍କର୍ସ ଅନୁଯାୟୀ ପଞ୍ଚାୟତିରାଜ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ଜଣାଇବା ଲାଗି ସଂଘ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ