ସରକାରୀ ଜମିକୁ ବେଆଇନ ଦଖଲ କରି କୋଠା ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର କାକଟ ମୈାଜାରେ ସରକାରୀ ଜମିକୁ ଦଖଲକରି ଗୃହ ନିର୍ମାଣ କରିଥିବା ହେମନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ୪ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାର ତଥ୍ୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । କାକଟ ଅଞ୍ଚଳର ଅନୁସୟା ପୃଷ୍ଟି ଉଚ୍ଚ ନ୍ୟାୟାଳୟରେ ହେମନ୍ତ ସାହୁଙ୍କ ବିରୋଧରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ସାଧାରଣ ଜନତାଙ୍କ ପାଇଁ ଜଳ ନିଷ୍କାସନ ଓ ରାସ୍ତା ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଜଳସେଚନ ବିଭାଗର ଏକ ଜମିକୁ ଜୋର ଦବରଦସ୍ତ ହେମନ୍ତ ସାହୁ ଅବରୋଧ କରି ସେହି ଜମି ଉପରେ କୋଠା ନିର୍ମାଣ କରୁଛନ୍ତି । ଶ୍ରୀମତୀ ପୃଷ୍ଟିଙ୍କ ଅଭିଯୋଗ ହେଉଛି ହେମନ୍ତ ସାହୁ ତାଙ୍କ କୋଠାଟି ସରକାରୀ ଜମି ଓ ରାସ୍ତାକୁ ଅବରୋଧ କରି ନିର୍ମାଣ କରୁଥିବାରୁ ସେହି ରାସ୍ତା କଡରେ ଥିବା ଶିବ ମନ୍ଦିର ଓ ବିମ୍ବଳାଇ ମନ୍ଦିରକୁ ଲୋକମାନେ ଯିବା ଆସିବା କରିବାରେ ଗୁରୁତ୍ତର ବାଧା ଉପୁଜିଛି । ଏସମ୍ପର୍କରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ତେଣୁ ଶ୍ରୀମତୀ ପୃଷ୍ଟି ଏହା ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ସେହି ରିଟ ପିଟିସନର ବିଚାର କରି ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ