ସରକାରୀ ଜମିରୁ ମାଟି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡ଼ିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା. ଏନେଇ ସରକାରୀ ଜମିରୁ ଜଣେ ଠିକାଦାର ବିନା ଅନୁମତିରେ ମାଟି ଖୋଳି କୋଠା ନିର୍ମାଣ କରିବା ବିରୁଦ୍ଧରେ ଖଣି ବିଭାଗ ତରଫରୁ ନୋଟିସ ଜାରି କରି ତାଗିଦ କରିଥିବା ସୂଚନା ମିଳିଛି. ଗୁମ୍ମା ବ୍ଲକ ପାହାଡ଼ ପର୍ବତ ଶିଖରରେ ରହିଥିବା ବେଳେ ପ୍ରତି ବର୍ଷ ଲଗାଣ ବର୍ଷା ଲାଗି ରହିଲେ ପାହାଡ଼ରୁ ମାଟି ଅତଡ଼ା ଖସିବାର ନଜୀର ରହିଛି। ଗତମାସ ୯ତାରିଖରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୁମ୍ମା ବ୍ଲକ ଗସ୍ତ ସମୟରେ ରାଣୀ ପର୍ବତରୁ ମାଟି ଖନନ ହେଉଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ଉକ୍ତ ସ୍ଥାନରେ କେଉଁ କାରଣରୁ ପର୍ବତ ମାଟି ଖନନ କରାଯାଉଛି ବୋଲି ପଚାରି ବୁଝିବା ସହ ରିପୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପର୍ବତ ମାଟି ଖଳିବା ଦ୍ଵାରା ପର୍ବତର ଆଦ୍ରତା କମିଯାଏ ଯାହାଫଳରେ ଭୁସ୍ଥଳନ ହେବାର ସମ୍ଭାବନା ଅଧିକ ରୋହିଥାଏ ବୋଲି କହିଥିଲେ ଶ୍ରୀ ପ୍ରଧାନ।ତହସିଲଦାର ଦେବୀ ପ୍ରସନ୍ନ ସରସ୍ବରଙ୍କ କହିବା ଅନୁଯାୟୀ ଖାତା ନମ୍ବର ୬୯୬ ରାଣୀ ପର୍ବତ ସରକାରୀ ଜମି ଉପରୁ ବେଆଇନ ଭାବେ ମାଟି ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ନୂତନ କୋଠା ନିର୍ମାଣ ପାଇଁ ବ୍ୟବହାର କରାଯାଇଥିବା ସେ କହିଥିଲେ ଏବଂ ଏସବୁର ଦାୟିତ୍ୱ ବର୍ତ୍ତମାନ ଖଣି ବିଭାଗକୁ ନେସ୍ତ କରାଜାଇ ଥିବା ସୂଚନା ଦେଇଥିଲେ। ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ଉକ୍ତ ପର୍ବତ ଖନନ ସ୍ଥାନକୁ ଯାଇ ତଦାରଖ କରିଥିଲେ ଏବଂ ଏଠାରୁ ବହୁ ପରିମାଣର ମାଟି ପଥର ଖନନ କରାଯାଇ ନୂତନ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ଘର ନିର୍ମାଣରେ ନିୟୋଜିତ ହୋଇଥିବା କହିଛନ୍ତି।ତେବେ ସରକାରୀ ରାଜସ୍ୱ ଆଦାୟ ବାବଦରେ ଉକ୍ତ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଗଜପତି ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି। ପରେ ଏନେଇ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କ ସହ ବହୁ ଯୋଗାଯୋଗ ପରେ ମଧ୍ୟ କୌଣସି ଉତ୍ତର ମିଳିପାଇନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ