ସରକାରୀ ଜମିରୁ ଶିକ୍ଷକଙ୍କ ଗଛ କାଟିବା ଘଟଣା : କାଠ ଜବତ : ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଏକ ସରକାରୀ ଜମିରୁ ଗଛ କାଟିବା ଏବଂ ସେହି କଟା ଗଛକୁ ଜବତ କରାଯିବା ପରେ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ବ୍ଲକର ଓସ୍ତପୁର ପଞ୍ଚାୟତ ଅଧିନ ଦେପୁର ଗ୍ରାମର ଜନୈକ ଶିକ୍ଷକ ଦେପୁର ହାଇସ୍କୁଲ ନିକଟ କେନାଲ ବନ୍ଧରେ ଥିବା ଏକ ବଡ ଚାକୁଣ୍ଡା ଗଛଟିକୁ ଗତ ୨୦ ତାରିଖରେ କାଟି ଦେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଆସି ଗଛ କଟାଯାଇଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଏସମ୍ପର୍କରେ ପଚରା ଉଚରା କରିଥିଲେ । କିନ୍ତୁ ବାସ୍ତବରେ ସଂପୃକ୍ତ ଶିକ୍ଷକ ଜଣକ ଗ୍ରାମର ଅଷ୍ଟମପ୍ରହରୀ ନିମନ୍ତେ ଗଛ କାଟିଥିବା କହି ସେହି ଗଛଟିକୁ ମୂଳରୁ କାଟି ନେଇ ବିକ୍ରି କରିଦେଇଥିବା ଜଣାପଡିଥିଲା । କିନ୍ତୁ ଜଣେ ଶିକ୍ଷକ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ସର୍ବ ସାଧାରଣ ସ୍ଥାନ ତଥା ସରକାରୀ ଜମି ଉପରେ ଥିବା ଗଛଟିକୁ ସ୍ପଷ୍ଟ ଦିବାଲୋକରେ ମୂଳରୁ କାଟିଦେବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଫଳରେ ଏସମ୍ପର୍କରେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ଖବର ଦିଆଯିବାରେ ସେ ଘଟଣା ସ୍ଥଳକୁ ଆସି ଗଛ କଟାଯାଇଥିବାର ଦେଖି ତଦନ୍ତ କରି ଫେରିଯାଇଥିଲେ । ଏ କଥା ଜଣା ପଡିବା ପରେ ଗଛ କାଟିଥିବା ଶିକ୍ଷକ ଜଣଙ୍କ ଚଞ୍ଚକତା ପୂର୍ବକ ସେହି ଦିନ ରାତିରେ ଜେ.ସି.ବି ମେସିନ ସାହାଯ୍ୟରେ କଟାଯାଇଥିବା ଗଛର ଗଣ୍ଡି, ଡାଳ ଏବଂ ପ୍ରମାଣ ନଷ୍ଟ ନିମନ୍ତେ ଏପରିକି ଗଛର ମୂଳ ଓ ଚେରକୁ ଉପାଡି ସ୍କୁଲ ନିକଟରୁ ଅଧକିଲୋମିଟର ଦୂର ସ୍ଥାନୀୟ ବଟ ମହାପୁରୁଷଙ୍କ ନିକଟରେ ଫୋପାଡି ଦେଇଥିଲେ । ସେହି ଗଛର ଚେର, ଗଣ୍ଡି ଓ ମୂଳ ବର୍ତ୍ତମାନ ସୁଦ୍ଧା ସେହିଠାରେ ପଡିରହିଛି । ଗଛ କଟାଯାଇଥିବାର ସମସ୍ତ ପ୍ରମାଣ ଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ସେହି ଶିକ୍ଷକଙ୍କ ସହିତ ଗଛ କଟା ବାବଦକୁ ନେଇ ଏକ ଡିଲ୍ ହୋଇଥିବା ଆଲୋଚନା ହେଉଛି । ଶିକ୍ଷକ ଜଣକ ଗତ ପଞ୍ଚାୟତ ନିର୍ବାଚନରେ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ଶିକ୍ଷକ ଜଣଙ୍କ ସେହି ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ ପୂର୍ବକ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ