ସରକାରୀ ଜମି ଜବରଦଖଲ, ଲଗାଯାଇଥିବା ଚାରାକୁ ଉପାଡି ଦେଲେ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ତହସିଲ ଅଧିନସ୍ଥ ବାଲିବରେଇ ମୌଜାରେ ଥିବା କିଛି ସରକାରୀ ଗ୍ରାମ୍ୟ ଜଂଗଲ ଓ ଗୋଚର କିସମ ଜମିକୁ କିଛି ମୁଷ୍ଟିମେଞ ବ୍ୟକ୍ତି ଜବରଦଖଲ କରିନେଇ ଥିବାରୁ ଏହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଅଭିଯୋଗ ଅନୁଯାଇ ସାଳନ୍ଦୀ ନଦୀ ପଠାରେ ଥିବା ଏକର ଏକର ସରକାରୀ ଜମିରେ ରାମକୃଷ୍ଣପୁର ଗ୍ରାମର ପ୍ରାଣବନ୍ଧୁ ନାୟକ ଦୀର୍ଘବର୍ଷ ହେବ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ଲାଗିପଡିଥିବାବେଳେ ଏବେ କିଛି ମୁଷ୍ଟିମେୟ ଲୋକ ଏହି ଜମିକୁ ସିମେଣ୍ଟ ଖୁଣ୍ଟ ପକାଇ ଜବରଦଖଲ କରିବାକୁ ଲାଗିଛନ୍ତି । ଏପରିକି ପ୍ରାଣବନ୍ଧୁଙ୍କ ଚାରା ଗୁଡିକ ଉପାଡି ନଷ୍ଟ କରିଦେବା ନେଇ ପ୍ରାଣବନ୍ଧୁ ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସରକାରୀ ଜମିରୁ ଜବରଦଖଲ ହଟାଇବା ଲାଗି ଗ୍ରାମବାସୀମାନେ ତହସିଲଦାରଙ୍କୁ ନିବେଦନ କରିଛନ୍ତି ।


